Site icon ଆଜିକାଲି

ଆଜି ୩ ସହିଦ ଯବାନଙ୍କୁ ଦିଆଯିବ ଗାର୍ଡ ଅଫ୍ ଅନର

ମାଲକାନଗିରି : ମାଓବାଦୀ-ସୁରକ୍ଷାବାହିନୀ ଗୁଳି ବିନିମୟ ପରେ ଛତିଶଗଡ଼ ଟେକେଲଗୁଡ଼ା ଜଙ୍ଗଲରେ ଜାରି ରହିଛି ସର୍ଚ୍ଚ ଅପରେସନ୍ । ଡିଆରଜି, ଏସଟିଏଫ ଓ ସିଆରପିଏଫର କୋବ୍ରା ଯବାନ କମ୍ବିଂ ଅପରେସନ କରିଛନ୍ତି । ଆଜି ସହିଦ ଯବାନଙ୍କୁ ଗାର୍ଡ ଅଫ୍ ଅନର ଦିଆଯିବ । ପରେ ସେମାନଙ୍କ ଭିଟାମାଟିକୁ ହେଲିକପ୍ଟର ଯୋଗ ପଠାଯିବ ପାର୍ଥିବ ଶରୀର ।

ଗତକାଲି ଛତିଶଗଡ଼ର ସୁକମା ଓ ବିଜାପୁର ଜିଲ୍ଲା ସୀମାନ୍ତ ଟେକେଲଗୁଡ଼ା ଜଙ୍ଗଲରେ ସୁରକ୍ଷାବାହିନୀ-ମାଓବାଦୀ ଗୁଳି ବିନିମୟ ହୋଇଥିଲା । ଏଥିରେ ୩ଜଣ ଯବାନ ସହିଦ ହୋଇଥିବା ବେଳେ ୧୫ଜଣ ଗୁରୁତର ହୋଇଛନ୍ତି । ସୁରକ୍ଷା ବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ ନିପାତ ହୋଇଛନ୍ତି ୬ଜଣ ମାଓବାଦୀ । କୋବ୍ରାର ୨୦୧ ବାଟାଲିଅନ ଓ ସିଆରପିଏଫର ୧୫୦ ବାଟାଲିଅନ ଟେକେଲଗୁଡେମ ଗାଁ ନିକଟରେ ଫରୱାର୍ଡ ଅପରେଟିଂ ବେସ ନିର୍ମାଣ କରୁଥିବା ବେଳେ ମାଓବାଦୀମାନେ ଅତର୍କିତ ଗୁଳିମାଡ଼ କରିଥିଲେ। ଯବାନଙ୍କ ପକ୍ଷରୁ ପାଲଟା ଜବାବ ଦିଆଯାଇଥିଲା । ଏହାପରେ ଛତ୍ରଭଙ୍ଗ ଦେଇଥିଲେ ମାଓବାଦୀ । ଗତବର୍ଷ ସମାନ ସ୍ଥାନରେ ମାଓ ହମଲା ହୋଇଥିଲା । ଏଥିରେ ୨୩ ଯବାନ ସହିଦ ହୋଇଥିଲେ।

Exit mobile version