Site icon ଆଜିକାଲି

ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ଜେଲ୍ ଦଣ୍ଡାଦେଶ

କଟକ – ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ଗଞ୍ଜାମ ଜିଲ୍ଲାର ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକ ଅଶୋକ କୁମାର ଜେନାଙ୍କୁ ୨ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟ ବିଚାରପତି। ଦୁଇ ବର୍ଷ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଜରିମାନା ଦେବା ପାଇଁ ମଧ୍ୟ ଅବସରପ୍ରାପ୍ତ ଅବକାରୀ ଅଧିକ୍ଷକଙ୍କୁ ଆଦେଶ ଦେଇଛନ୍ତି କୋର୍ଟ । ଜୋରିମାନା ଅନାଦେୟ ୬ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଆୟ ବହିର୍ଭୂତ ସମ୍ପତ୍ତି ମାମଲାରେ ଭିଜିଲାନ୍ସ ପକ୍ଷରୁ ଅବସରପ୍ରାପ୍ତ ଅବକାରୀ ଅଧୀକ୍ଷକ ଅଶୋକ ଜେନା ଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିଲା । ଏବେ ସେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡ ପାଇଥିବାରୁ ତାଙ୍କର ପେନସନ ରଦ୍ଦ ପାଇଁ ଆବେଦନ କରିବ ଭିଜିଲାନ୍ସ।

Exit mobile version