Site icon ଆଜିକାଲି

ଏନ୍.ଏସ୍.ପୁଲିସ ହାଇସ୍କୁଲର ବାର୍ଷିକୋତ୍ସବ

କେନ୍ଦୁଝର, (ବ୍ରଜକିଶୋର ରାୟ) : ସ୍ଥାନୀୟ ଏନ୍.ଏସ୍.ପୁଲିସ ହାଇସ୍କୁଲର ବାର୍ଷିକ ଉତ୍ସବ ଶୁକ୍ରବାର ରେ ଅନୁଷ୍ଠିତ ହୋଯାଇଅଛି। ବିଦ୍ୟାଳୟର ପ୍ରଧାନଶିକ୍ଷକ ସନ୍ତୋଷିନୀ ସେଠୀଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ଜିଲା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ସେଠୀ ଯୋଗ ଦେଇ ଛାତ୍ର ଛାତ୍ରୀଙ୍କୁ ସମୟର ସଦୁପଯୋଗ,ପିତା ମାତାଙ୍କୁ ଉପଯୁକ୍ତ ଯତ୍ନ ନେବା,ନିଜର ଜନ୍ମ ଦିବସରେ ଚାରାରୋପଣ କରିବାକୁ ଉପଦେଶ ଦେଇଥିଲେ।ସମ୍ମାନିତ ଅତିଥି ରୂପେ ଅତିରିକ୍ତ ବ୍ଲକ୍ ଶିକ୍ଷାଧିକରୀ ମାନସ ରଞ୍ଜନ ମିଶ୍ର ଭଲ କାମ କରି ଉତ୍ତମ ନାଗରିକ ହେବା ପାଇଁ ଆହ୍ବାନ କରିଥିଲେ।ମୁଖ୍ୟ ବକ୍ତା ଭାବେ ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ତଥା ରାଜ୍ୟମାନ୍ୟତା ପ୍ରାପ୍ତ ଯୋଗ ପ୍ରଶିକ୍ଷକ ଡମ୍ବରୁଧର ସାହୁ ଯୋଗ ଦେଇ ସଂପରତିକ ସମୟରେ ଯୋଗର ଆବଶ୍ୟକତା,ବ୍ରହ୍ମଚର୍ଯ୍ୟ ପାଳନ,ନୈତିକ କର୍ତ୍ତବ୍ୟ ସମ୍ବନ୍ଧରେ ଆଲୋକପାତ କରିଥିଲେ।ଶିକ୍ଷୟିତ୍ରୀ ମଧୁସ୍ମିତା ଚକ୍ର ଅତିଥି ପରିଚୟ ଓ ଉଦ୍ଦେଶ୍ୟ ଜ୍ଞାପନ କରିଥିବା ବେଳେ ବରିଷ୍ଠ ଶିକ୍ଷକ ସଞ୍ଜୟ କୁମାର ସାମଲ ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥଲେ।ଶିକ୍ଷକ ବିଜୟ କୁମାର ବେହେରା ପୁରସ୍କାର ବିତରଣ କାର୍ଯ୍ୟକ୍ରମର ମଞ୍ଚ ସଞ୍ଚାଳନ କରିଥିଲେ।ବିଭିନ୍ନ ପ୍ରତିଯୋଗିତାର କୃତୀ ଛାତ୍ରଛାତ୍ରୀଙ୍କୁ ଅତିଥିଗଣ ପୁରସ୍କାର ପ୍ରଦାନ କରିଥିଲେ।୨୦୨୨ ମସିହାର ଶ୍ରେଷ୍ଠ ମାଟ୍ରିକୁଲେଟ ରୋହିତ କୁମାର ସାହୁ ଏବଂ ଚଳିତ ବର୍ଷର ଶ୍ରେଷ୍ଠ ଛାତ୍ର ଭାବେ ବିଶ୍ୱଜିତ୍ ସେଠୀ ପୁରସ୍କୃତ ହୋଇଥିଲେ। ସନ୍ଧ୍ୟାରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ଚିତ୍ତାକର୍ଷକ ନୃତ୍ୟ,ସଙ୍ଗୀତ,କମେଡି ଉପସ୍ଥିତ ଦର୍ଶକଙ୍କୁ ବିମୋହିତ କରିଥିଲା।ଶେଷରେ ଶିକ୍ଷକ କମଳ ଲୋଚନ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ।ବିଦ୍ୟାଳୟର ଶିକ୍ଷକ ଗୁରୁଦେବ ମହାନ୍ତ,ବିବେକାନନ୍ଦ ରାଉତ,ପ୍ରଦୀପ୍ତ ଦେହୁରୀ,ତନ୍ମୟ ରାଉତ,ଶିକ୍ଷୟିତ୍ରୀ ମମତାରାଣୀ ମହାନ୍ତ,ସାଗରିକା ସାହୁ,ଯାତ୍ରୀ ମହାନ୍ତ,ଭାଗ୍ୟଶ୍ରୀ ମହାନ୍ତ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Exit mobile version