Site icon ଆଜିକାଲି

ଏ ବର୍ଷ ମଧ୍ୟମାରେ ପାସ ହାର ୮୫.୯୪ ପ୍ରତିଶତ, ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷାରେ ୭୫.୦୭ ପ୍ରତିଶତ ଛାତ୍ରଛାତ୍ରୀ ପାସ

ଭୁବନେଶ୍ୱର : ମାଧ୍ୟମିକ ଶିକ୍ଷା ପରିଷଦ, କଟକ ପକ୍ଷରୁ ମଧ୍ୟମା ପରୀକ୍ଷା ଫଳ ଏବଂ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ଚଳିତ ବର୍ଷ ମଧ୍ୟମା ପରୀକ୍ଷା ନିମନ୍ତେ ୩୬୨୭ ଜଣ ପଂଜୀକରଣ କରିଥିବାବେଳେ ୪୭୯ ଜଣ ପରୀକ୍ଷା ଦେଇନଥିଲେ । ଚଳିତ ମଧ୍ୟମା ପରୀକ୍ଷାରେ ୩୧୧୬ ଜଣ ପାସ୍‌ କରିଛନ୍ତି ।

ସେମାନଙ୍କ ମଧ୍ୟରୁ ଏ-୧ରେ ୧୪ ଜଣ, ଏ-୨ରେ ୫୮୯ ଜଣ , ବି-୧ରେ ୧୦୫୧ ଜଣ , ବି-୨ରେ ୮୩୪ ଜଣ , ସି ଗ୍ରେଡ୍‌ରେ ୪୭୫ ଜଣ , ଡି ଗ୍ରେଡ୍‌ରେ ୧୦୩ ଜଣ, ଇ- ଗ୍ରେଡ୍‌ରେ ୫୧ ଜଣ , ଏଫ୍ ଗ୍ରେଡ୍‌ରେ ୩୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଚଳିତ ବର୍ଷ ମଧ୍ୟମା ପରୀକ୍ଷାରେ ପାସ ହାର ୮୫.୯୪ ଶତକଡ଼ା ରହିଛି ।

ସେହିପରି ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ୍‌ ପରୀକ୍ଷା ଦେବା ପାଇଁ ୫୦୧୮ ଜଣ ପଂଜୀକରଣ କରିଥିବାବେଳେ ୫୨୮ ଜଣ ପରୀକ୍ଷା ଦେଇନଥିଲେ । ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୩୭୪୬ ଜଣ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଏ-୨ରେ ୨୧ ଜଣ, ବି-୧ରେ ୧୬୮ ଜଣ, ବି-୨ରେ ୭୧୬ ଜଣ, ମୁଁ ଗ୍ରେଡ୍‌ରେ ୯୧୩ ଜଣ, ଡି ଗ୍ରେଡ୍‌ରେ ୧୨୧୪ ଜଣ, ଇ ଗ୍ରେଡ୍‌ରେ ୭୨୪ ଜଣ, ଏଫ୍ ଗ୍ରେଡ୍‌ରେ ୭୦୧ ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି ।

Exit mobile version