Site icon ଆଜିକାଲି

ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର, ପୁଅ ଅଟକ

ଭଞ୍ଜନଗର : ଗଞ୍ଜାମ ଜିଲା ତାରାସିଙ୍ଗି ଥାନା ଅନ୍ତର୍ଗତ ଗଜାପଦର ଗାଁରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଘର ଭିତରୁ ମହିଳାଙ୍କ ରକ୍ତାକ୍ତ ମୃତଦେହ ଉଦ୍ଧାର କରାଯାଇଛି । ମୃତ ମହିଳାଜଣକ ହେଲେ ତ୍ରିବେଣୀ ନାୟକ(୫୦)। ଗାଁ ଲୋକଙ୍କ ଠାରୁ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚିିଛି ପୋଲିସ । ହତ୍ୟା ସନ୍ଦେହରେ ମହିଳାଙ୍କ ପୁଅ ଅଟକ ।

ଖବର ଅନୁଯାୟୀ, ତ୍ରିବେଣୀ ନିଜ ପୁଅ ସନା ନାୟକଙ୍କ ସହିତ ଘରେ ରହୁଥିଲେ। ଗତ ଶୁକ୍ରବାର ରାତିରେ ମା-ପୁଅଙ୍କ ମଧ୍ୟରେ ଟଙ୍କା ନେଣଦେଣ ନେଇ ପାଟିତୁଣ୍ଡ ହୋଇଥିଲା । ହେଲେ ଶନିବାର ସକାଳଙ୍କୁ ମାଙ୍କ ମୃତଦେହ ଘରେ ପଡିଥିବା ଦେଖିଥିଲେ ପଡୋଶୀ ଲୋକେ । ଏନେଇ ପ୍ରଥମେ ପୋଲିସକୁ ଖବର ଦେଇଥିଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତ୍ରିବେଣୀଙ୍କ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ତେବେ ଘଟଣାରେ ପୁଅକୁ ଅଟକ ରଖି ପୋଲିସ ପଚରାଉଚରା କରୁଥିବାର ସୂଚନା ମିଳିଛି ।

Exit mobile version