Site icon ଆଜିକାଲି

ନେତାଜୀ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର – ଆଜି ଜାନୁଆରୀ ୨୩ ତାରିଖ । ଆଜି ସାରାଦେଶରେ ପାଳନ ହେଉଛି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀ । ମହାନ କ୍ରାନ୍ତିବୀର ତଥା ପରାକ୍ରମୀ ସ୍ୱାଧୀନତା ସଂଗ୍ରାମୀ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ଜୟନ୍ତୀରେ ତାଙ୍କୁ ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶର ସ୍ବାଧୀନତା ଓ ଅଖଣ୍ଡତା ବଜାୟ ରଖିବା କ୍ଷେତ୍ରରେ ନିଜ ଜୀବନବ୍ୟାପୀ ତ୍ୟାଗ ଏବଂ ବଳିଦାନ ପାଇଁ ନେତାଜୀ ସୁଭାଷ ଚନ୍ଦ୍ର ବୋଷ ଚିର ଆଦର୍ଶ ହୋଇ ରହିବେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version