Site icon ଆଜିକାଲି

ପୋଲିସ ଇନଫର୍ମର ବୋଲି ସନ୍ଦେହ କରି ଯୁବକଙ୍କୁ ହତ୍ୟା

ରାଇଘର : ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ ହାତୀଗାଁ ପଂଚାୟତ ଖାଲେପାରା ଗ୍ରାମ ର ଚନ୍ଦନ ମଲିକ (୩୩)ନାମକ ଯୁବକଙ୍କୁ ପୋଲିସର ଖବରୀ ବୋଲି କହି ଘରୁ କିଛି ଦୂରକୁ ଡାକି ନେଇଁ ହତ୍ୟା କରାଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ, ଗତକାଲି ରାତି ପ୍ରାୟ ୯ ଘଟିକା ସମୟରେ ଚନ୍ଦନ ମଲିକ ଏବଂ ତାଙ୍କ ପରିବାର ଖାଇ ବସିଥିବା ସମୟରେ, ପ୍ରାୟ ୩୦ରୁ ୩୫ ଜଣ ମାଓବାଦୀ ର ଭେଷ ରେ ଅସ୍ତ୍ର ସସ୍ତ୍ର ଧରି ତାଙ୍କୁ ଘରୁ ଟାଣି ନେଇ ଗାଁ ବାହାରକୁ ଡାକି ନେଇଥିଲେ । ସେଠାରେ ଚନ୍ଦନ ମଲିକ ଙ୍କୁ ଗୋଇଠା, ବିଧା ମାରିବା ସହ ରଶି ରେ ତାଙ୍କ ବେକ କୁ ବାନ୍ଧି ଟାଣି ଦେଇଥିଲେ ଯାହାଫଳରେ ଘଟଣା ସ୍ଥଳରେ ହିଁ ଚନ୍ଦନ ଙ୍କ ମୃତ୍ୟୁ ଘଟିଥିଲା। ଘଟଣା ସ୍ଥଳରେ ମାଓବାଦୀଙ୍କ ଏକ ପୋଷ୍ଟର ମଧ୍ୟ ମିଳିଥିଲା! ସେହି ପୋଷ୍ଟର ରେ ଚନ୍ଦନ ମଲିକ ପୋଲିସ ଖବରୀ ଅଟନ୍ତି ତେଣୁ ତାଙ୍କୁ ମୃତ୍ୟୁଦଣ୍ଡ ଦିଆଯାଇଛି, ଏହା ପୂର୍ବରୁ ଚନ୍ଦନ ଙ୍କୁ ଥରେ ଜନ ଅଦାଲତ ରେ ବିଚାର କରି ଛାଡି ଦିଆଯାଇଥିଲା କିନ୍ତୁ ତାହାପରେ ମଧ୍ୟ ସେ ମାନି ନ ଥିଲେ ତେଣୁ ତାଙ୍କୁ ହତ୍ୟା କରାଯାଇଛି!ପୋଲିସ ଖବରୀ ଚନ୍ଦନ ମଲିକ ଙ୍କ ମୃତ୍ୟୁ ରେ ନବରଙ୍ଗପୁର ଏସପି, ଗରିଆବନ୍ଧ ଏସପି ଏବଂ ପୋଲିସ ର ଖୁପିଆ ବିଭାଗ ଦାୟୀ ବୋଲି ପୋଷ୍ଟର ରେ ଉଲ୍ଲେଖ କରାଯାଇଛି । ଖବର ଲେଖା ହେବା ପର୍ଯ୍ୟନ୍ତ ପୋଲିସ ଘଟଣା ସ୍ଥଳକୁ ପହଞ୍ଚି ତଦନ୍ତ ଚଳାଇଥିବା ଜଣା ପଡ଼ିଛି।

Exit mobile version