Site icon ଆଜିକାଲି

ଯୁକ୍ତ୩ ନାମଲେଖା : ଆଜି ପ୍ରକାଶ ପାଇବ ପ୍ରଥମ ମେଧା ତାଲିକା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ଡିଗ୍ରୀ କଲେଜର ଯୁକ୍ତ ତିନିରେ ନାମଲେଖା ପାଇଁ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ଆଜି ଅପରାହ୍ନ ୨ଟାରେ ପ୍ରକାଶ ପାଇବ ପ୍ରଥମ ପର୍ଯ୍ୟାୟ ମେଧା ତାଲିକା । ପ୍ରଥମ ପର୍ଯ୍ୟାୟ ନାମଲେଖା ଆଜିଠୁ ଆସନ୍ତା ୧୧ ତାରିଖ ମଧ୍ୟରେ ହେବ। ନାମ ଲେଖା ପ୍ରକ୍ରିୟା ରବିବାର ମଧ୍ୟ ଚାଲିବ ।

ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ପାଇଁ ମେଧା ତାଲିକା ଏହିମାସ ୧୬ ତାରିଖରେ ପ୍ରକାଶ ପାଇବ। ସମସ୍ତ ପର୍ଯ୍ୟାୟର ନାମଲେଖା ଅକ୍ଟୋବର ୧ ତାରିଖ ସୁଦ୍ଧା ସାରିବା ପାଇଁ ଉଚ୍ଚଶିକ୍ଷା ବିଭାଗ ଲକ୍ଷ୍ୟ ରଖିଛି। ମେଧା ତାଲିକା ପ୍ରକାଶ ପରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ଚୟନ ହୋଇଥିବା କଲେଜରେ ଆଜିଠୁ ଆସନ୍ତା ୧୧ ତାରିଖ ପର୍ଯ୍ୟନ୍ତ ନାମ ଲେଖାଇବେ। ଏହିମାସ ୧୧ ତାରିଖ ଭିତରେ ଛାତ୍ରଛାତ୍ରୀ ସ୍ଲାଇଡ୍‌-ଅପ୍‌ ପାଇଁ ଆବେଦନ ବି କରିପାରିବେ ।

୧୬ ତାରିଖରେ ଦ୍ୱିତୀୟ ପର୍ଯ୍ୟାୟ ମେଧା ତାଲିକା ପ୍ରକାଶ ପାଇବ । ଏହି ପର୍ଯ୍ୟାୟରେ ଯୋଗ୍ୟ ବିବେଚିତ ଛାତ୍ରଛାତ୍ରୀମାନେ ୧୬ରୁ ୧୯ ତାରିଖ ଭିତରେ ନାମ ଲେଖାଇବେ । ଦୁଇ ପର୍ଯ୍ୟାୟ ପରେ ଖାଲି ପଡ଼ିଥିବା ସିଟ୍‌ଗୁଡ଼ିକର ତାଲିକା ସାମ୍ସରେ ଉପଲବ୍ଧ ହେବ । ୨୧ରୁ ୨୩ ତାରିଖ ଭିତରେ ପିଲାମାନେ ଖାଲିପଡ଼ିଥିବା ସିଟ୍‌ରେ ନାମ ଲେଖିବାକୁ ଆବେଦନ କରିବେ । ଆସନ୍ତା ୨୮ ତାରିଖରେ ସ୍ପଟ୍‌ ମେଧା ତାଲିକା ବାହାରିବ । ଛାତ୍ରଛାତ୍ରୀମାନେ ୨୮ରୁ ଅକ୍ଟୋବର ୧ ତାରିଖରେ ନାମ ଲେଖାଇବେ ।

Exit mobile version