Site icon ଆଜିକାଲି

ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନରେ ବୁଡ ପକାଇଲେ ଶହ ଶହ ଶ୍ରଦ୍ଧାଳୁ

ଯାଜପୁର : ଆଜି ଯାଜପୁରର ପ୍ରସିଦ୍ଧ ବାରୁଣୀ ସ୍ନାନ । ବୈତରଣୀ ନଦୀର ଦଶାଶ୍ୱମେଧ ଘାଟରେ ପ୍ରତ୍ୟେକ ବର୍ଷ ପବିତ୍ର ବାରୁଣୀ ସ୍ନାନ ସହ ବାରୁଣୀ ମେଳା ଅନୁଷ୍ଠିତ ହୁଏ । ଏଥିଲାଗି ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି ।

କରୋନା ଯୋଗୁଁ ବାରୁଣୀ ସ୍ନାନ ବନ୍ଦ ଦୀର୍ଘ ୨ବର୍ଷ ହେଲା ବନ୍ଦ ଥିଲା। ଚଳିତ ବର୍ଷ ବାରୁଣୀ ସାନ୍ନ ହେଉଛି । ଭୋରରୁ ଶହ ଶହ ଶ୍ରଦ୍ଧାଳୁ ବୁଡ଼ ପକାଇଛନ୍ତି । ବିଶ୍ବାସ ରହିଛି ଏହି ଦିନରେ ଏଠାରେ ପିଣ୍ଡ ଦାନ କଲେ ପିତୃ ପୁରୁଷ ମୋକ୍ଷ ପାପ୍ତି ହୋଇ ଥାଆନ୍ତି । ସେଥିପାଇଁ ଧାଇଁ ଆସିଛନ୍ତି ହଜାର ହଜାର ଶ୍ରଦ୍ଧାଳୁ । ତେବେ ଶାନ୍ତି ଶୃଙ୍ଖଳାରେ ବୁଡ଼ ପକାଇବା ପାଇଁ ମୁତୟନ ହୋଇଛନ୍ତି ୫ ପ୍ଲାଟୁନ ପୋଲିସ ଫୋର୍ସ । ଟ୍ରାଫିକ ବ୍ୟବସ୍ଥା ସହ ଅଗ୍ନିଶମ ବିଭାଗ ନିୟୋଜିତ କରାଯାଇଛି ।

Exit mobile version