Site icon ଆଜିକାଲି

ରାଜ୍ୟରେ ବନ୍ଦ ରହିଛି ୧୫,୩୧୫ ପଞ୍ଜୀକୃତ ଶିଳ୍ପ, କଟକରେ ସର୍ବାଧିକ

ଭୁବନେଶ୍ୱର : ରାଜ୍ୟରେ ୧୫ହଜାର ୩୧୫ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଛି। ସେଥିମଧ୍ୟରୁ କଟକରେ ସର୍ବାଧିକ ୨୪୦୨ ଓ ସୁନ୍ଦରଗଡ ଜିଲାରେ ୨୦୨୦ ଶିଳ୍ପ ବନ୍ଦ ରହିଥିବା ସୂଚନା ଦିଆଯାଇଛି। ଏନେଇ ବିଧାନସଭାରେ ଉତ୍ତର ଦେଇଛନ୍ତି ଏମ୍‌‌ଏସ୍‌‌ଏମ୍‌‌ଇ ମନ୍ତ୍ରୀ ଗୋକୁଳାନନ୍ଦ ମଲ୍ଲିକ। ଖୋର୍ଦ୍ଧା ଜିଲାରେ ୧୫୦୪ ପଞ୍ଜୀକୃତ ଶିଳ୍ପ ବନ୍ଦ ରହିଥିବା ମନ୍ତ୍ରୀ କହିଛନ୍ତି। ଉଦ୍ୟମ ପୋର୍ଟାଲରେ ୮ଲକ୍ଷ ୬୦ହଜାର ୬୪୯ ଅଣୁ ଶିଳ୍ପ ପଞ୍ଜୀକୃତ, ୧୪ହଜାର ୫୦୩ କ୍ଷୁଦ୍ର ଶିଳ୍ପ, ୧୦୮୧ ମଧ୍ୟମ ଉଦ୍ୟୋଗ ଶିଳ୍ପ ପଞ୍ଜୀକୃତ ହୋଇଥିଲା। ସେଥିରୁ ବିଭିନ୍ନ କାରଣରୁ ମୋଟ ୧୫ହଜାର ୩୧୫ ଶିଳ୍ପ ବନ୍ଦ ରହିଥିବା ମନ୍ତ୍ରୀ କହିଛନ୍ତି।

Exit mobile version