Site icon ଆଜିକାଲି

ଶିଶୁ ସୁରକ୍ଷା ୟୁନିଟ୍‌ର ୫ଜଣ ଛାତ୍ରଙ୍କୁ ନିଃଶୁଳ୍କ ପ୍ରଶିକ୍ଷଣ ସୁଯୋଗ

ଭଦ୍ରକ : ଭଦ୍ରକ ଜିଲା ଶିଶୁ ସୁରକ୍ଷା ୟୁନିଟ୍ ଦ୍ୱାରା ଅନୁଷ୍ଠିତ ଓ ଅଣ-ଆନୁଷ୍ଠାନିକ ସେବାଯତ୍ନ ପାଉଥିବା ଶିଶୁଙ୍କୁ ନେଇ “ଶିଶୁଙ୍କ ଭବିଷ୍ୟତ ଗଠନ ଓ କୌଶଳ ବିକାଶ” ଏକଦିବସୀୟ କର୍ମଶାଳା ଗତ ଅଗଷ୍ଟ ୩୦ ତାରିଖରେ ଅନୁଷ୍ଠିତ ହୋଇଥିଲା । ଏହି ପରିପ୍ରେକ୍ଷୀରେ ୫ ଜଣ ପିଲାଙ୍କର ପ୍ରଶିକ୍ଷଣ ତଥା ରୋଜଗାରକ୍ଷମ କରିବା ନିମନ୍ତେ ଜିଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ବିଜୟ କେତନ ସାହୁ ଏବଂ ଜିଲା ନିୟୋଜନ ଅଧିକାରୀ ଶ୍ରୀ ଅଜୟ କୁମାର ଦାସଙ୍କ ମିଳିତ ଉଦ୍ୟମରେ ଉକ୍ତ ୫ ଜଣ ପିଲାଙ୍କୁ ଭୁବନେଶ୍ୱରସ୍ଥିତ ବିଶ୍ୱ ଦକ୍ଷତା କେନ୍ଦ୍ରରେ ଏକବର୍ଷୀୟ ଆବାସିକ ‘ହେୟାର ଫେସନ୍ ଆଣ୍ଡ ଡିଜାଇନ୍‌’ ବିଭାଗରେ ଗତ ୧୨ ତାରିଖରେ ସାମିଲ୍ କରାଯାଇଛି ।

ଭଦ୍ରକ ଜିଲାପାଳ ସିଦ୍ଧେଶ୍ୱର ବଳିରାମ ବୋନ୍ଦର ଗତ ଜିଲା ଦକ୍ଷତା କମିଟି ବୈଠକରେ ଏହିଭଳି ଆର୍ଥିକ ତଥା ସାମାଜିକ କ୍ଷେତ୍ରରେ ପଛୁଆବର୍ଗର ଯୋଗ୍ୟ ପିଲାମାନଙ୍କୁ ବିଭିନ୍ନ ପ୍ରଶିକ୍ଷଣ ତଥା ନିଯୁକ୍ତି ପ୍ରକ୍ରିୟାରେ ସାମିଲ୍ କରିବାକୁ ପ୍ରାଧାନ୍ୟ ଦେଇଥିଲେ । ତଦନୁଯାୟୀ, ୪ଜଣ ଅନୁସୂଚିତ ଜନଜାତି ଏବଂ ଜଣେ ସାଧାରଣ ତଥା ଆର୍ଥିକ ଦୁର୍ବଳ ଶ୍ରେଣୀର ପିଲାଙ୍କୁ ମନୋନୀତ କରାଯାଇଥିଲା । ଏହି ପ୍ରଶିକ୍ଷଣ ନିମନ୍ତେ ଧାର୍ଯ୍ୟ ବାର୍ଷିକ ଦେୟ ୧୦,୦୦୦ ଟଙ୍କା ଥିବାବେଳେ ଜିଲ୍ଲା ନିୟୋଜନ ଅଧିକାରୀଙ୍କ ହସ୍ତକ୍ଷେପରେ ରାଜ୍ୟ ଦକ୍ଷତା ନିର୍ଦ୍ଦେଶକ ଏ. ରଘୁ ଜି ସମସ୍ତ ପିଲାଙ୍କର ପ୍ରଶିକ୍ଷଣ, ରହିବା, ଖାଇବା ଛାଡ଼ କରାଇଥିଲେ । ଭଦ୍ରକ ଜିଲ୍ଲା ପାଇଁ ଏହିପରି କାର୍ଯ୍ୟକ୍ରମ ନିଶ୍ଚିନ୍ତ ପ୍ରଶଂସନୀୟ ତଥା ଦୃଷ୍ଟାନ୍ତମୂଳକ ପଦକ୍ଷେପ । ଜିଲ୍ଲାପାଳଙ୍କର ଅନନ୍ୟ ପ୍ରଚେଷ୍ଟା ଏବଂ ଜିଲା ନିୟୋଜନ କାର୍ଯ୍ୟାଳୟର ସହଯୋଗରେ ରାଜ୍ୟ ସରକାରଙ୍କର ବିଭିନ୍ନ ପ୍ରଶିକ୍ଷଣ ତଥା ନିଯୁକ୍ତି କାର୍ଯ୍ୟକ୍ରମ ଗୁଡ଼ିକ ସଫଳ ରୁପାୟନ କରିବାକୁ ଅଗ୍ରାଧିକାର ଦିଆଯାଉଛି । ଏହାଦ୍ୱାରା ଆଗାମୀ ଦିନରେ ଜିଲାର ବେକାରୀ ଯୁବକ ଯୁବତୀମାନେ ଅଧିକରୁ ଅଧିକ ରୋଜଗାରକ୍ଷମ ହୋଇପାରିବେ ।

Exit mobile version