Site icon ଆଜିକାଲି

ହସ୍ତଶିଳ୍ପ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଭୁବନେଶ୍ବର : ରାଜ୍ୟ କଳା ଓ ହସ୍ତଶିଳ୍ପ ବିକାଶ ଅନୁଷ୍ଠାନ ( ସିଡାକ୍‌) ପରିସରରେ ଥିବା ସେମିନାର ଗୃହରେ ପ୍ରଶିକ୍ଷକମାନଙ୍କ ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ରାଜ୍ୟ ହସ୍ତଶିଳ୍ପ ନିର୍ଦ୍ଦେଶିକା ପ୍ରଣତି ଛୋଟରାୟ ଆନୁଷ୍ପାନିକ ଭାବେ ଉଦ୍‌ଘାଟନ କରିଥିଲେ । ୬ ଦିଧ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟକ୍ରମରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ୩୬ ଜଣ ନିପୁଣ ଶିଳ୍ପୀ ଯୋଗ ଦେଇଛନ୍ତି । ଏହି କାର୍ଯ୍ୟକ୍ରମ ଦ୍ଵାରା ପ୍ରତ୍ୟକ୍ଷ ଭାବେ ହସ୍ତଶିଳ୍ପ ପ୍ରଶିକ୍ଷକମାନଙ୍କ ଦକ୍ଷତା ବିକାଶ ହେବା ସଙ୍ଗେ ସଙ୍ଗେ ସେମାନଙ୍କ ଦ୍ଵାରା କାରିଗରମାନଙ୍କର ମଧ୍ଯ ଦକ୍ଷତା ବିକାଶ ହୋଇପାରିବ । ଏହି କାର୍ଯ୍ୟକ୍ରମରେ ସିଡାକ୍‌ର ସଦସ୍ୟ ସଚିବ ଶିଶିର କୁମାର ରଥ ସ୍ଵାଗତ ଭାଷଣ ପ୍ରଦାନ କରିବା ସହିତ କାର୍ଯ୍ୟକ୍ରମର ରୂପରେଖ ବିଷୟରେ ଆଲୋକପାତ କରି ନିପୁଣ ଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ସିଡାକ୍‌ର ସହ ନିର୍ଦ୍ଦେଶକ ସନ୍ତୋଷ କୁମାର ମହାନ୍ତି ଧନ୍ୟବାଦ ଜ୍ଞାପନ କରିଥିଲେ ।

Exit mobile version