Site icon ଆଜିକାଲି

ଅସହ୍ୟ ଗ୍ରୀଷ୍ମ ପ୍ରବାହ ଜାରି, ଦିନ ସାଢେ ୧୧ଟା ସୁଦ୍ଧା ଭୁବନେଶ୍ବରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ

ଭୁବନେଶ୍ୱର : ରାଜ୍ୟରେ ଲଗାତର ଦ୍ଵିତୀୟ ଦିନରେ ଜାରି ରହିଛି ଅସହ୍ୟ ଗ୍ରୀଷ୍ମ ପ୍ରବାହ। ଆଜି ସାଢେ ୧୧ଟା ସୁଦ୍ଧା ରାଜଧାନୀ ଭୁବନେଶ୍ଵରରେ ତାପମାତ୍ରା ୩୯ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି। ରାଜ୍ୟର ଅନ୍ୟାନ୍ୟ ସହରରେ ବି ପ୍ରବଳ ତାତି ଅନୁଭୂତ ହୋଇଛି ।

ଦିନ ସାଢେ ୧୧ ସୁଦ୍ଧା ବିଭିନ୍ନ ସହରର ତାପମାତ୍ରା ଭୁବନେଶ୍ୱରରେ ୩୯ ଡ଼ିଗ୍ରୀ, ସମ୍ବଲପୁରରେ ୩୮ ଡ଼ିଗ୍ରୀ, ଝାରସୁଗୁଡାରେ ୩୭.୬ ଡ଼ିଗ୍ରୀ, ଚାନ୍ଦବାଲିରେ ୩୭.୪ ଡ଼ିଗ୍ରୀ, ବାଲେଶ୍ୱରରେ ୩୬.୮ ଡ଼ିଗ୍ରୀ, ହୀରାକୁଦରେ ୩୬.୨ ଡ଼ିଗ୍ରୀ, କେନ୍ଦୁଝରରେ ୩୫.୪ ଡ଼ିଗ୍ରୀ, ଗୋପାଳପୁରରେ ୩୪ ଡ଼ିଗ୍ରୀ, ପୁରୀରେ ୩୩.୮ ଡ଼ିଗ୍ରୀ, ପାରାଦୀପରେ ୩୨.୮ ଡ଼ିଗ୍ରୀ ରହିଛି ।

Exit mobile version