Site icon ଆଜିକାଲି

ଆଜି ନନ୍ଦନକାନନର ପ୍ରତିଷ୍ଠା ଦିବସ, ପର୍ଯ୍ୟଟକ ଦେଖିବେ ନୂଆ ଅତିଥି

ଭୁବନେଶ୍ବର : ଓଡ଼ିଶାର ଏକମାତ୍ର ପ୍ରାଣୀ ଉଦ୍ୟାନ ନନ୍ଦନକାନନର ଆଜି ୬୩ତମ ପ୍ରତିଷ୍ଠା ଦିବସ । ଏହି ଅବସରରେ ଆୟୋଜିତ ହେଉଛି ବ୍ୟାପକ କାର୍ଯ୍ୟକ୍ରମ । ଶିଶୁ ଉଦ୍ୟାନ ଓ ପ୍ରାଣୀ ଚିକିତ୍ସାଳୟର ନୂତନ ଅପରେସନ ଥିଏଟର, ଶିଶୁ ପଶୁପାଳନ କେନ୍ଦ୍ର ଉଦଘାଟନ କରାଯିବ ।

ସେହିପରି ଆଜିଠୁ ନୂଆ ପଶୁପକ୍ଷୀଙ୍କୁ ଦେଖିବାକୁ ମଧ୍ୟ ସୁଯୋଗ ପାଇବେ ପର୍ଯ୍ୟଟକ । ମହୀଶୂର ଚିଡିଆଖାନାରୁ ଆସିଥିବା ବିରଳ ପ୍ରଜାତିର ଜନ୍ତୁ ମିରକେଟ, କଳା ହଂସଙ୍କୁ ସ୍ବତନ୍ତ୍ର ଖୁଆଡ଼ରେ ଛଡ଼ାଯିବ । ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଯୋଗଦେବେ ।

ଗତ ୬୨ବର୍ଷରେ ନନ୍ଦନକାନନକୁ ଅନେକ ପଶୁପକ୍ଷୀ ଆସିଛନ୍ତି । ଏଠାରୁ ଅନେକ ପଶୁପକ୍ଷୀ ଅନ୍ୟ ଚିଡିଆଖାନାକୁ ମଧ୍ୟ ଯାଇଛନ୍ତି । ଦେଶବିଦେଶର ପର୍ଯ୍ୟଟକଙ୍କ ମଧ୍ୟରେ ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରିଛି ନନ୍ଦନକାନନ ।

Exit mobile version