Site icon ଆଜିକାଲି

ଉନ୍ନୟନମୂଳକ କାର୍ଯ୍ୟର ହେବ ତଦାରଖ, ପ୍ରତିମାସର ତୃତୀୟ ସପ୍ତାହରେ ସଚିବ ଓ ଅଫିସରମାନେ କରିବେ ଫିଲ୍ଡ ଭିଜିଟ

ଭୁବନେଶ୍ବର : ଉନ୍ନୟନମୂଳକ କାର୍ଯ୍ୟର ତଦାରଖ ପାଇଁ ଏଣିକି ସଚିବ ଓ ବରିଷ୍ଠ ଅଫିସରମାନେ ପ୍ରତିମାସରେ ଫିଲ୍ଡ ଭିଜିଟ କରିବେ। ଆଉ କେବଳ ଲୋକସେବା ଭବନରେ ବସି ଅଫିସରମାନେ ବୈଠକ କରିପାରିବେ ନାହିଁ, ଏଣିକି ସେମାନେ ଗ୍ରାଉଣ୍ଡଜିରୋକୁ ବିକାଶମୂଳକ କାର୍ଯ୍ୟର ଯାଇ ତଦାରଖ କରିବେ । ଏଥିସହ ସେହି ଅଞ୍ଚଳର ସମସ୍ୟା ଓ ଲୋକେ କ’ଣ ଆବଶ୍ୟକ କରୁଛନ୍ତି , ସେ କଥା ବି ଅଫିସରମାନେ ବୁଝିବେ । ଲୋକଙ୍କ ସମସ୍ୟା ବୁଝିବା ସହ ବିଭିନ୍ନ ସରକାରୀ ଯୋଜନାର ନିରୀକ୍ଷଣ ଓ ସମୀକ୍ଷା କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ପ୍ରତିମାସର ତୃତୀୟ ସପ୍ତାହରେ ବରିଷ୍ଠ ଅଧିକାରୀ ଓ ସଚିବମାନଙ୍କୁ ଗାଁକୁ ଯିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଜିଲା ଦାୟିତ୍ୱରେ ଥାଆନ୍ତୁ ବା ନଥାନ୍ତୁ ଫିଲ୍ଡ ଭିଜିଟ କରିବା ସହ ଅନୁନ୍ନତ ଅଞ୍ଚଳରେ ବରିଷ୍ଠ ସଚିବ ଓ ଅଧିକାରୀମାନେ ରାତ୍ରି ରହଣୀ କରିବେ । ଏ ନେଇ ଏକ ଚିଠି ଉନ୍ନୟନ କମିଶନର ଚିଠି କରିଛନ୍ତି । ପ୍ରତିମାସରେ ଫିଲ୍ଡ ଭିଜିଟ ପାଇଁ ତୃତୀୟ ସପ୍ତାହରେ ରାଜ୍ୟସ୍ତରୀୟ କୌଣସି ମିଟିଂ କରାଯିବ ନାହିଁ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି ।

Exit mobile version