Site icon ଆଜିକାଲି

ଉପାସରେ ମହାପ୍ରଭୁ ଲିଙ୍ଗରାଜ, ଗତରାତିରୁ ବନ୍ଦରହିଛି ନୀତିକାନ୍ତି

ଭୁବନେଶ୍ୱର: ଓପାସରେ ମହାପ୍ରଭୁ ଲିଙ୍ଗରାଜ । ଆଜି ଦିନ ତମାମ ହେବ ନାହିଁ କୌଣସି ନୀତି । ଗତକାଲି ସନ୍ଧ୍ୟାରୁ ବନ୍ଦ ରହିଛି ଲିଙ୍ଗରାଜଙ୍କ ନୀତିକାନ୍ତି । ପଇତା ଲାଗି ନୀତିକୁ କେନ୍ଦ୍ର କରି ହୋଇଛି କଳହ । ପୂଜା ପଣ୍ଡା ଓ ବଡ଼ ନିଯୋଗ ମଧ୍ୟରେ କଳହ । କାଲି ସନ୍ଧ୍ୟାରୁ ଲିଙ୍ଗରାଜ ମନ୍ଦିରରେ ନୀତିକାନ୍ତି ବନ୍ଦ ରହିଛି । ମନ୍ଦିର କାର୍ଯ୍ୟାଳୟ, ଟ୍ରଷ୍ଟବୋର୍ଡ, ସେବାୟତ ପ୍ରତିନିଧିଙ୍କ ସହମତିରେ ଏଭଳି ଘଟିଥିବା କୁହାଯାଉଛି । ଯାହାକୁ ନେଇ ଶ୍ରଦ୍ଧାଳୁ ବ୍ୟଥିତ ହୋଇଛନ୍ତି । କାରଣ ସୋମବାର ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ସନ୍ଧ୍ୟାଧୂପ ପରେ ପବିତ୍ରାରୋପଣ ଉତ୍ସବର ଆଦ୍ୟ ନୀତି ଅଧିବାସ ପୂଜା ହୋଇନଥିଲା । ଫଳରେ ଆଜିର ଅବଶିଷ୍ଟ ନୀତି ମଧ୍ୟ ଆଉ ଆଗକୁ ନ ବଢି ଦିଅଁ ଅପୂଜା ରହିଲେ ।

ସୋମବାର ସନ୍ଧ୍ୟା ଧୂପ ପରଠାରୁ ନୀତି ବନ୍ଦ ରହିବା ସହ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ଅଛନ୍ତି, ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବା ନେଇ ପୂଜାପଣ୍ଡା ଏବଂ ବଡ଼ୁ ନିଯୋଗ ସେବାୟତଙ୍କ ଭିତରେ ଟଣା ଓଟରା ଯୋଗୁଁ ଏଭଳି ସମସ୍ୟା ଉପୁଜିଛି, ସେପଟେ ବର୍ଷକୁ ଅନେକ ଥର ଏମିତି ସମସ୍ୟା ବାରମ୍ବାର ଉପୁଜୁଥିବା ବେଳେ ପ୍ରଶାସନ ନିରବ ରହି ଆସିଛି, ପ୍ରଶାସନର ଅବହେଳା ପାଇଁ ଏହି ସମସ୍ୟା ଉପୁଜୁଥିବା ଅନେକ କହିଛନ୍ତି। ୨୦୨୦ ମସିହାରୁ ଲାଗିରହିଛି ଏହି ବିବାଦ।

Exit mobile version