Site icon ଆଜିକାଲି

ଏଚ୍‌ଏସ୍‌ଆର୍‌ପି ନମ୍ବର ପ୍ଲେଟ, ସତ୍ୟପାଠ ଦାଖଲ ପାଇଁ ହାଇକୋର୍ଟଙ୍କ ନିର୍ଦ୍ଦେଶ

କଟକ : ହାଇକୋର୍ଟରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ମାମଲା । ନମ୍ବର ପ୍ଲେଟ ପାଇଁ ଆବଶ୍ୟକ ଭିତ୍ତିଭୂମିର କଣ ବିକାଶ ହୋଇଛି ? ସ୍ଲଟ ବୁକିଂ ର ସ୍ଥିତି ପ୍ରସଙ୍ଗର ସ୍ଥିତି କଣ? ଉଭୟ ପ୍ରସଙ୍ଗରେ ସତ୍ୟପାଠ ଦାଖଲ କରିବାକୁ ପରିବହନ ବିଭାଗକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

କେବଳ ସେତିକି ନୁହଁ ଏଚ୍‌ଏସ୍‌ଆର୍‌ପି ନିୟମ ଉଲ୍ଲଘଂନ ହେଲେ କଣ ଜୋରିମାନା ବ୍ୟବସ୍ଥା ରହିଛି ସେନେଇ ସତ୍ୟପାଠ ରେ ଉଲ୍ଲେଖ କରିବାକୁ କୋର୍ଟ ନିର୍ଦେଶରେ ସ୍ପଷ୍ଟ କରିଛନ୍ତି। ଆସନ୍ତା ୩୧ ତାରିଖ ସୁଦ୍ଧା ସତ୍ୟପାଠ ଦାଖଲ କରିବାକୁ କୋର୍ଟ କହିଛନ୍ତି । ୩୧ ତାରିଖରେ ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି କୋର୍ଟ ।

ବିନା ଭିତ୍ତିଭୂମିରେ ଏଚ୍‌ଏସ୍‌ଆର୍‌ପି ନିୟମ ଲାଗୁ କରିବାକୁ ବିରୋଧ କରି ଦୁଇ ବରିଷ୍ଠ ନାଗରିକଙ୍କ ପକ୍ଷରୁ ଦାଏର ମାମଲାର ଶୁଣାଣିରେ ହାଇକୋର୍ଟ ଏହି ନିର୍ଦେଶ ଦେଇଛନ୍ତି । ବ୍ୟବସ୍ଥା ନ ଥାଇ ଡେଡ ଲାଇନକୁ ପୂର୍ବରୁ ନାପସନ୍ଦ କରିଥିଲେ କୋର୍ଟ । ରାଜ୍ୟର ସମସ୍ତ ଲୋକଙ୍କ ପାଖରେ ଅନଲାଇନ ବ୍ୟବସ୍ଥା ନାହିଁ । ଏଚ୍‌ଏସ୍‌ଆର୍‌ପିରେ ବୁକ କରିବା ସମ୍ଭବ ମଧ୍ୟ ହେଉନାହିଁ । କଣ ବିକଳ୍ପ ବ୍ୟବସ୍ଥା କରାଯିବ ସେ ନେଇ ହାଇକୋର୍ଟଙ୍କୁ ଅବଗତ କରାଇବାକୁ ପୂର୍ବରୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ଅକ୍ଟୋବର ୧ ରୁ ଚେକିଂ କଡାକଡି କରିବାକୁ ପୂର୍ବରୁ ପରିବହନ ବିଭାଗର ନିଷ୍ପତ୍ତି ରହିଥିଲା ।

Exit mobile version