Site icon ଆଜିକାଲି

ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶାଠରେ ପାଇବେ ମାର୍କ

ଭୁବନେଶ୍ୱର : ଏଣିକି ଦଶମ ଶ୍ରେଣୀ ଛାତ୍ରଛାତ୍ରୀ ଶାଠରେ ପାଇବେ ମାର୍କ । ଏଥିପାଇଁ ଲାଗୁ ହୋଇଛି ଆସ୍ପିରେସନାଲ କମ୍ପୋନେଣ୍ଟ ସବଜେକ୍ଟ । ତେବେ ଏଥିପାଇଁ ଅତିରିକ୍ତ ୧୦୦ ମାର୍କ ଯୋଡି ହେବାକୁ ଯାଉଛି ।

ଛାତ୍ରଛାତ୍ରୀଙ୍କ ବୌଦ୍ଧିକ ଏବଂ ଶାରୀରିକ ବିକାଶ ପାଇଁ ଏକ ନୂଆ ଚିନ୍ତାଧାରା କରିଛନ୍ତି ସରକାର । ଏଥିପାଇଁ ପିଲାମାନଙ୍କ ପାଠ୍ୟକ୍ରମରେ ଲାଗୁ ହୋଇଛି ଆସ୍ପିରେସନାଲ କମ୍ପୋନେଣ୍ଟ ସବଜେକ୍ଟ । ନବମ ଏବଂ ଦଶମ ଶ୍ରେଣୀର ଛାତ୍ରଛାତ୍ରୀ ଏହି ସବଜେକ୍ଟ ପଢିବା ସହିତ ଅତିରିକ୍ତ ୧୦୦ ମାର୍କର ପରୀକ୍ଷା ଦେବେ । ମାଟ୍ରିକ ପରୀକ୍ଷା ଇତିହାସରେ ପ୍ରଥମ ଥର ପାଇଁ ଏମିତି ଏକ ନିଷ୍ପତ୍ତି ନିଆଯାଇଛି । ଏହି ପରୀପ୍ରେକ୍ଷୀରେ ପିଲାଙ୍କ ପାଠ୍ୟକ୍ରମରେ ୪ଟି ବିଷୟ ସାମିଲ ହୋଇଛି । ବୁକ୍ ରିଭ୍ୟୁ, ପ୍ରୋଜେକ୍ଟ ୱାର୍କ, କୋ-କରିକୁଲାର ଆକ୍ଟଭିଟି ଏବଂ ବେସିକ ଆଇଟି ସ୍କିଲ୍ସ- ଏହି ୪ଟି ବିଷୟରେ ପରୀକ୍ଷା ଦେବେ ଛାତ୍ରଛାତ୍ରୀ ।

ଏହାବ୍ୟତୀତ ସ୍ୱିମିଙ୍ଗ, ପିଜିକାଲ ଓ କଲଚରାଲ ଡେଭଲପମେଣ୍ଟ ସହିତ ଅନ୍ୟ ଫିଜିକାଲ ଆକ୍ଟିଭିଟି ମଧ୍ୟ ରହିଛି । ୪ଟି ୨୫ ମାର୍କ ଲେଖାଏଁ ୪ଟି ବିଷୟରେ ମୋଟ ୧୦୦ ମାର୍କର ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ତେବେ ୮୦%ରୁ ଅଧିକ ମାର୍କ ରଖିଲେ ଏ-ଗ୍ରେଡ, ୬୦-୮୦% ମାର୍କ ପାଇଁ ବି, ୪୦-୬୦% ପିଲାଙ୍କୁ ସି-ଗ୍ରେଡ ଏବଂ ୪୦%ରୁ କମ୍ ମାର୍କ ରଖିଲେ ଡି ଗ୍ରେଡ ପାଇବେ ଛାତ୍ରଛାତ୍ରୀ ।

Exit mobile version