Site icon ଆଜିକାଲି

ଏବିଭିପି ତରଫରୁ ଗୋନାଶିକାରେ ଗ୍ରାମ୍ୟଜୀବନ ଦର୍ଶନ ଗ୍ରାମରୁ ଗ୍ରାମ ବୁଲି ସାଧାରଣ ଜୀବନ ଶୈଳୀ ର ଅନୁଭବ ନେଲେ ଛାତ୍ର ଛାତ୍ରୀ


କେନ୍ଦୁଝର, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ସାମାଜିକ ଛାତ୍ର ସଂଗଠନ ହିସାବରେ ସଦା ସର୍ବଦା ଛାତ୍ର ଛାତ୍ରୀ ଙ୍କ ବ୍ୟକ୍ତିତ୍ୱ ବିକାଶ ସହିତ ସାମାଜିକ କ୍ଷେତ୍ରରେ ପରିବର୍ତ୍ତନ ପାଇଁ ସବୁବେଳେ ଚେଷ୍ଟିତ, ସେହି ଭଳି ଭାବେ ଏବିଭିପିର ୭୫ ବର୍ଷ ଉପଲକ୍ଷେ ସାରା ଭାରତ ବର୍ଷରେ ଗ୍ରାମ୍ୟ ଜୀବନ ଦର୍ଶନ ଚାଲିରହିଛି, ସେହି ଭଳି ଭାବେ ଓଡ଼ିଶାରେ ୪ଟି ଜାଗାରେ କର୍ଯ୍ୟକ୍ରମ ଚାଲୁଅଛି । ୧୭ ରେ ଉଦଘାଟିତ ସତ୍ରରେ ଅଧ୍ୟପାକ ପ୍ରକାଶ କୁମାର ଆଚାର୍ଯ୍ୟ, ବିଭାଗ ପ୍ରମୁଖ ସତ୍ୟ ସାର ଉପସ୍ଥିତ ଥିଲେ । କେନ୍ଦୁଝର ଗୋନାଶିକା ର ପ୍ରାକୁତିକ ସୌନ୍ଦର୍ଯ୍ୟରେ ପରିପୂର୍ଣ୍ଣ ଗୋନାଶିକା ରେ ୮୦ ରୁ ଉର୍ଦ୍ଧ ଛାତ୍ର ଛାତ୍ରୀ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ଆସି ୬ ଦିନ ରହି ଗାଁ ଗାଁ ବୁଲି ସାଧରଣ ଜୀବନ ର ଅନୁଭବ ନେବା । ସମାଜରେ ଥିବା ପ୍ରତ୍ୟକ ଟି ଅବହେଳିତ, ଅସୁରକ୍ଷିତ ଏବଂ ପୀଡିତ ଲୋକମାନଙ୍କ ପାଖରେ ପହଞ୍ଚି ତାଙ୍କର ଅସୁବିଧା ସହିତ ଯୋଡି ହେଇଛନ୍ତି । ୫୦୦ ରୁ ଉର୍ଦ୍ଧ ପରିବାର ପାଖରେ ପହଁଚିଲେ ଉପାନ୍ତରୁ ଉପକୂଳ ପର୍ଯ୍ୟନ୍ତ ଆମ ସଂସ୍କୃତି ପରମ୍ପରାକୁ ଜୀବିତ ଏହାର ଅନୁଭବ ନିଆରା । ଗୁପ୍ତ ଗଙ୍ଗା, ଟାଙ୍ଗରପଡା, କଦଳିବାଡି, ବୈତରଣୀ, ଜାଣତରୀ, ଚାମ୍ପେଇ ରେ ବୁଲି ସନ୍ଧ୍ୟରେ ନିଜର ଅନୁଭୂତି କଥନ ସହିତ ସଂସ୍କୃତିକ କର୍ଯ୍ୟକ୍ରମ ୨୨ ତାରିଖ ସନ୍ଧ୍ୟା ରେ ସମସ୍ତ କର୍ଯ୍ୟକ୍ରମ ଶେଷ ହୋଇଛି । ଏହି କାର୍ଯ୍ୟକ୍ରମ ରେ କ୍ଷେତ୍ରୀୟ ସଂଗଠନ ମନ୍ତ୍ରୀ ଅପାଂଶୁ ଶେଖର ସିଲ, ପୂର୍ବତନ ରାଜ୍ୟ ସଭାପତି ଦିଲ୍ଲୀପ ଦାସ, ବିଭାଗ ସଂଯୋଜକ ଜ୍ୟୋତି ରଞ୍ଜନ ନାୟକ, କାର୍ଯ୍ୟକ୍ରମ ସଂଯାଜକ ଓ ଜିଲ୍ଲା ସଂଗଠନ ସମ୍ପାଦକ ସମ୍ବିତ ପ୍ରସାଦ ରାଉତ ଉପସ୍ଥିତ ଥିଲେ ।

FacebookTwitterLinkedinWhatsapp
Exit mobile version