Site icon ଆଜିକାଲି

କରୋନା ଟିକା ପାଇଁ କେନ୍ଦ୍ରକୁ ଚିଠି ଲେଖିଲା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ

ଭୁବନେଶ୍ୱର : କରୋନା ଟିକା ପାଇଁ କେନ୍ଦ୍ରକୁ ଚିଠ ଲେଖିଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ । ରାଜ୍ୟର ଅନେକ ଜିଲ୍ଲାକୁ ସଂକ୍ରମଣ ବ୍ୟାପିଥିବା ନେଇ ସୂଚନା ଦେଇଛନ୍ତି ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ । ସଂକ୍ରମଣ ରୋକିବା ଲାଗି ପ୍ରସ୍ତୁତ ହେଉଛି ବ୍ଲୁପ୍ରିଣ୍ଟ । ଅକ୍ସିଜେନ, ଆଇସିୟୁ, ବେଡ୍, ମେଡିକାଲ ଷ୍ଟାଫ, ମେଡିସିନ ପ୍ରସ୍ତୁତ ରହିଛି କି ନାହିଁ ତାହାର ଯାଞ୍ଚ କରାଯାଇଛି । ସମ୍ଭାବ୍ୟ ଲହରର ମୁକାବିଲା ପାଇଁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ବୋଲି ପରିବାର କଲ୍ୟାଣ ନିର୍ଦ୍ଦେଶକ କହିଛନ୍ତି।

Exit mobile version