Site icon ଆଜିକାଲି

କେନ୍ଦୁ ଓ ଚାର କୋଳିର ମଜା ନିଆରା

କେନ୍ଦୁଝର, (ବ୍ରଜକିଶୋର ରାୟ) ବଣ ଜଙ୍ଗଲ ତଥା ପାହାଡ଼ ଭରା କେନ୍ଦୁଝର ଜିଲ୍ଲାରେ ବିଭିନ୍ନ ଋତୁରେ ମିଳେ ବିଭିନ୍ନ ପ୍ରକାରର ବନ୍ୟଜାତ ଫଳ ଓ ଫୁଲ । ଆୟୁର୍ବେଦ ଅନୁସାରେ ବିଭିନ୍ନ ପ୍ରକାରର ବନ୍ୟଜାତ ଫଳ ରହିଛି ଯାହା ଆମ ଶରୀର ପାଇଁ କିଛି କ୍ଷେତ୍ରରେ ରାମବାଣ ସଦୃଶ ହୋଇଥାଏ । ସେଥିମଧ୍ୟରୁ କେନ୍ଦୁ ମଧ୍ୟ ଅନ୍ୟତମ, ଏଥିରେ ଆଣ୍ଟିଅକ୍ସୀଡାଣ୍ଟ ଓ ଫାଇବାର ବହୁମାତ୍ରାରେ ରହିଥିବାର ବିଶେଷଜ୍ଞମାନେ ମତ ରଖିଥାନ୍ତି । ଖରା ଦିନରେ କେନ୍ଦୁଝର ବଜାରରେ କେନ୍ଦୁର ପସରା ଦେଖିବାକୁ ମିଳେ । ସାଧାରଣତ କେନ୍ଦୁ ଖରାଦିନିଆ ଫଳ । ଆଜି ମଧ୍ୟ ସାଳ ପତ୍ର ଚଉତିରେ ଭାଗ ହିସାବରେ କେନ୍ଦୁ, ଚାର, ଅଁଳା, ହରିଡା ଓ ବାହାଡ଼ା ଭଳି ବିଭିନ୍ନ ପ୍ରକାରର ବନ୍ୟାଜାତ ଫଳ କେନ୍ଦୁଝରରେ କିଣିବାକୁ ମିଳିଥାଏ । ଏହି ବନ୍ୟଜାତ ଔଷଧୀୟ ଫଳକୁ ସଂଗ୍ରହ କରି ବିକ୍ରିକରି ପରିବାର ଚଳେ ବହୁ ସାଧାରଣ ଜନଜାତି ପରିବାରଙ୍କର । ପ୍ରଥା ତଥା ଆୟୁର୍ବେଦ ବିଜ୍ଞାନ ସମ୍ମତିରେ ଏହିଭଳି କିଛି ଔଷଧୀୟ ଫଳ ଖାଇ ବିଭିନ୍ନ ରୋଗରୁ ଆଜିବି ଉପଶମ ପାଉଛନ୍ତି ଏହି ସାଧାରଣ ଜନଜାତି ପରିବାର । ବଣ ଜଙ୍ଗଲରେ ବିନା ସାର ତଥା କୀଟନାଶକ ରେ ଫଳୁଥିବା ଏହି ଫଳ ର ଚାହିଦା ବଢୁଥିବା ମଧ୍ୟ ଦେଖିବାକୁ ମିଳୁଛି । ଆଉ ଲୋକମାନେ ଏବେ ଅର୍ଗାନିକ୍ ଜିନିଷକୁ ଆପଣେଇବାକୁ ଚାହୁଁଛନ୍ତି ।

Exit mobile version