Site icon ଆଜିକାଲି

ଚିଲିକାରେ ପକ୍ଷୀ ଗଣନା ଆରମ୍ଭ

ବାଲୁଗାଁ : ଆଜିଠାରୁ ଚିଲିକାରେ ଆରମ୍ଭ ହୋଇଛି ପକ୍ଷୀ ଗଣନା । ସକାଳ ୬ଟାରୁ ପକ୍ଷୀ ଗଣନା ଆରମ୍ଭ ହୋଇଛି । ଏହା ଦିନ ୧୨ଟା ପର୍ଯ୍ୟନ୍ତ ଚାଲିବ। ବାଲୁଗାଁ ବନଖଣ୍ଡ ଅଧିନରେ ଥିବା ୫ଟି ରେଞ୍ଜ – ଟାଙ୍ଗୀ, ବାଲୁଗାଁ, ସାତପଡା, ନୂଆପଡା ଓ ରମ୍ଭାରେ ପକ୍ଷୀ ଗଣନା କରାଯାଉଛି। ବନ ବିଭାଗର ୨୧ଟି ଟିମ ପକ୍ଷୀ ଗଣନା କାର୍ଯ୍ୟରେ ନିୟୋଜିତ ଅଛନ୍ତି । ଜଳ ଓ ସ୍ଥଳଭାଗରେ ଗଣନା ପାଇଁ ଦୂରବୀକ୍ଷଣ ସହ ଜିପିଏସ୍ ଓ କ୍ୟାମେରାର ବ୍ୟବହାର କରାଯାଇଛି।

Exit mobile version