Site icon ଆଜିକାଲି

ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ

ବଲାଙ୍ଗୀର : ବଲାଙ୍ଗୀର ସୁଦପଡ଼ା ରେଲ ଫାଟକ ନିକଟରେ ଅଘଟଣ । ମାଲବାହୀ ଟ୍ରେନ୍ ଆଗକୁ ଡେଇଁ ଆତ୍ମହତ୍ୟା କଲେ ଯୁବକ । ତେବେ ଉକ୍ତ ମୃତବ୍ୟକ୍ତିଙ୍କ ପରିଚୟ ଏ ପର୍ଯ୍ୟନ୍ତ ଜଣାପଡିନାହିଁ । ଏ ନେଇ ଜିଆର୍‌ପି ପୋଲିସ ସୂଚନା ପାଇ ଘଟଣାସ୍ଥଳରେ ପହଞ୍ଚିଥିବା ବେଳେ ମୃତଦେହକୁ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି

ସୂଚନା ଯେ, ସୁଦପଡା ରେଲ ଫାଟକ ନିକଟରେ ରବିବାର ବଲାଙ୍ଗୀର ଷ୍ଟେସନରୁ ସମ୍ବଲପୁର ପଟକୁ ଯାଉଥିବା ଏକ ମାଲବାହୀ ଟ୍ରେନ୍ ସମ୍ମୁଖକୁ ହଠାତ୍ ଜଣେ ବ୍ୟକ୍ତି ଡେଇଁ ପଡିଥିଲେ। ମାଲବାହୀ ଟ୍ରେନ୍ ଧକ୍କା ହେବା ଫଳରେ ଉକ୍ତ ବ୍ୟକ୍ତିଙ୍କ ଘଟଣାସ୍ଥଳରେ ପ୍ରାଣବାୟୁ ଉଡିଯାଇଥିଲା। ମୃତକ ଜଣକ ମୁହଁ ମାଡ଼ି ପଡିଥିବା ବେଳେ ତାଙ୍କ ଗୋଡ଼ରେ ସିମେଣ୍ଟ ଲାଗିଥିବାରୁ ମୃତକ ଜଣକ ଶ୍ରମିକ ହୋଇଥିବା ଅନୁମନ କରାଯାଉଛି।

Exit mobile version