Site icon ଆଜିକାଲି

ଡିସେମ୍ବର ୨୭ରୁ ଧନୁଯାତ୍ରା

ବରଗଡ : ବିଶ୍ୱ ପ୍ରସିଦ୍ଧ ଏହି ଧନୁଯାତ୍ରା ପାଇଁ ତାରିଖ ଘୋଷଣା ହୋଇଛି। ଡିସେମ୍ବର ୨୭ ରୁ ଆରମ୍ଭ ହେବ ବରଗଡ ଧନୁଯାତ୍ରା। ଡିସେମ୍ବର ୨୭ରୁ ଜାନୁଆରୀ ୬ ତାରିଖ ଯାଏ ଚାଲିବ ଧନୁଯାତ୍ରା। ୧୧ ଦିନ ଧରି ଏହି ଯାତ୍ରା ବରଗଡ ସହରରେ ଚାଲିବ। ଜିଲାପାଳଙ୍କ ଅଧକ୍ଷତାରେ ଅନୁଷ୍ଠିତ ବୈଠକରେ ନିଆଯାଇଛି ।

ତେବେ ଧନୁଯାତ୍ରା ମହୋତ୍ସବ ସମିତିର ସଭାପତି ତଥା ବରଗଡ଼ ଜିଲ୍ଲାପାଳ ମୋନୀଷା ବାନାର୍ଜୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ହସ୍ତତନ୍ତ ଓ ବୟନଶିଳ୍ପ ମନ୍ତ୍ରୀ ରୀତା ସାହୁ,ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ, ଅତାବିରା ବିଧାୟିକା ସ୍ନେହାଙ୍ଗିନୀ ଛୁରିଆ ପ୍ରମୁଖ ଯୋଗ ଦେଇଥିଲେ। ଏଥିରେ ଧନୁଯାତ୍ରାର ବିଭିନ୍ନ ଦିଗ ଉପରେ ଆଲୋକପାତ କରାଯାଇଥିଲା। ଏଥର ସ୍ଥାନୀୟ ଗାନ୍ଧୀ ଛକ ଠାରେ ଏକ ପୂର୍ଣ୍ଣାଙ୍ଗ ତୋରଣ ନିର୍ମାଣ କରାଯିବ। ସେହିପରି ନୂଆ କଳାକାର ଚୟନ କରାଯିବ ଏବଂ ଅମ୍ବାପାଲିର ଭିତ୍ତିଭୂମି ବିକାଶ ଓ ନୂଆ କମିଟି ଗଠନ ଉପରେ ଆଲୋଚନା କରାଯାଇଛି।

FacebookTwitterLinkedinWhatsapp
Exit mobile version