Site icon ଆଜିକାଲି

ନୂଆବର୍ଷରୁ ସେବାୟତ ଓ କର୍ମଚାରୀଙ୍କ ପାଇଁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା

ପୁରୀ : ନୂଆବର୍ଷରୁ ଶ୍ରୀମନ୍ଦିର ଭିତରକୁ ମୋବାଇଲ ମନା । ନା ସେବାୟତ, ନା କର୍ମଚାରୀ କେହି ବି ଶ୍ରୀମନ୍ଦିରକୁ ମୋବାଇଲ ଧରି ଯାଇପାରିବେ ନାହିଁ । ଶ୍ରୀମନ୍ଦିରର ଦୁଇଟି ଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା କରାଯିବ । ସିଂହଦ୍ୱାର ଓ ଦକ୍ଷିଣଦ୍ୱାରରେ ମୋବାଇଲ ରଖିବାକୁ ବ୍ୟବସ୍ଥା ହୋଇଛି । ଯଦି କେହି ମୋବାଇଲ ଭିତରକୁ ନିଅନ୍ତି ତେବେ ତାଙ୍କ ବିରୋରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବ । ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏ ସଂପର୍କିତ ପ୍ରସ୍ତାବ ଉପରେ ମୋହର ବାଜିଛି ।

ନିକଟ ଅତୀତରେ ଶ୍ରୀମନ୍ଦିର ଭିତରର ଅନେକ ଫଟୋ ଭାଇରାଲ ହୋଇଛି । ଏହାକୁ ନେଇ ଭକ୍ତଙ୍କ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ଏପରିକି ରତ୍ନମଣ୍ଡପରେ ଶ୍ରୀଜିଉ ବସିଥିବାର ଫଟୋ ମଧ୍ୟ ଭାଇରାଲ ହୋଇଥିଲା । ଆଉ ଏହାପରେ ଶ୍ରୀମନ୍ଦିରର ସୁରକ୍ଷା ପ୍ରତି ବିପଦ ଘନେଇବାର ଆଶଙ୍କା କରି ଏଭଳି ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ ।

Exit mobile version