Site icon ଆଜିକାଲି

ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀଙ୍କ ସରକାରୀ କ୍ୱାର୍ଟରରୁ ଚୋରି

ଭୁବନେଶ୍ୱର : ପୂର୍ବତନ ହକି ଖେଳାଳି ପ୍ରବୋଧ ତିର୍କୀଙ୍କ ଘରୁ ଚୋରି ହୋଇଛି । ଭୁବନେଶ୍ୱରର ୟୁନିଟ-୬ରେ ଥିବା ପ୍ରବୋଧଙ୍କ ସରକାରୀ କ୍ୱାର୍ଟରରୁ ଚୋରି ହୋଇଛି । ପ୍ରବୋଧ ତିର୍କୀ ଓ ତାଙ୍କ ପରିବାର ଲୋକେ ନଥିବା ବେଳେ ଏହା ଘଟଣା ଘଟିଛି । ହକି ବିଶ୍ୱକପ ପାଇଁ ପ୍ରବୋଧ ରାଉରକେଲାରେ ଥିବା ବେଳେ ତାଙ୍କ ପରିବାର ଲୋକେ ଗାଁକୁ ପଳାଇ ଯାଇଛନ୍ତି। କ୍ୱାର୍ଟର୍ସରେ କେହି ରହୁନଥିବା ସୁଯୋଗ ନେଇ ଲୁଟେରାମାନେ ଶୁକ୍ରବାର ବିଳମ୍ୱିତ ରାତିରେ ଚୋରି କରିଛନ୍ତି।ଦୁର୍ବୃତ୍ତମାନେ ଟିଭି, କମ୍ପ୍ୟୁଟର ଓ ଅଳଙ୍କାର ଲୁଟି ନେଇଛନ୍ତି। ଏ ସମ୍ପର୍କରେ ଜାଣିବା ପରେ ପ୍ରବୋଧ ଏନେଇ କ୍ୟାପିଟାଲ୍‌ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

Exit mobile version