Site icon ଆଜିକାଲି

ବାଂଲାଦେଶରୁ ଅନୁପ୍ରବେଶ ଭୟ, ସମୁଦ୍ର ଉପରେ ତୀକ୍ଷ୍ଣ ନଜର

ଭୁବନେଶ୍ୱର : ଅଶାନ୍ତ ବାଂଲାଦେଶରୁ ଅନୁପ୍ରବେଶକାରୀ ସମୁଦ୍ର ପଥରେ ଓଡ଼ିଶାରେ ପ୍ରବେଶ କରିବାର ସମ୍ଭାବନା ରହିଛି। ତେଣୁ ଆଗୁଆ ସତର୍କ ହୋଇଛି ଓଡ଼ିଶା ସରକାର। ଅନୁପ୍ରବେଶକୁ ରୋକିବା ପାଇଁ ସମୁଦ୍ର କୂଳିଆ ଥାନା ଗୁଡ଼ିକୁ ସତର୍କ କରାଯାଇଛି। ଏଥିସହ ସମୁଦ୍ରରେ ଘନଘନ ପାଟ୍ରୋଲିଂ କରାଯାଉଛି ବୋଲି ପୁଲିସ୍‌ ଡିଜି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି।

ଗଣମାଧ୍ୟମକୁ ସୂଚନା ଦେଇ ଡିଜିପି ଅରୁଣ କୁମାର ଷଡଙ୍ଗୀ କହିଛନ୍ତି, ବଂଲାଦେଶରେ ରାଜନୈତିକ ଅସ୍ଥିରତା ଦେଖାଦେଇଛି। ତେଣୁ ସେଠାରୁ ଅନୁପ୍ରବେଶକାରୀ ଓଡ଼ିଶା ଆସିବାର ସମ୍ଭାବନା ରହିଛି। ସେଥିପାଇଁ ରାଜ୍ୟର ସବୁ ସମୁଦ୍ର କୂଳିଆ ଜିଲ୍ଲାରେ ଥିବା ୧୮ ଥାନାକୁ ସତର୍କ କରାଯାଇଛି। ତେବେ ବିଶେଷକରି ସମୁଦ୍ର ପଥରେ ବାଂଲାଦେଶରୁ ପାଖ ପଡ଼ୁଥିବା ବାଲେଶ୍ୱର, ଭଦ୍ରକ ଓ କେନ୍ଦ୍ରାପଡ଼ା ଜିଲ୍ଲାରେ ଥିବା ୯ଟି ସାମୁଦ୍ରିକ ଥାନାକୁ ସତର୍କ ରଖାଯାଇଛି। ପୁରୀରେ ମଧ୍ୟ ପୁଲିସ୍‌ ସଜାଗ ଅଛନ୍ତି ଅଛନ୍ତି ବୋଲି ଡିଜିପି ଷଡଙ୍ଗୀ କହିଛନ୍ତି।

Exit mobile version