Site icon ଆଜିକାଲି

ବାଂଲାଦେଶରେ ସେନା ସରକାର, ହିଂସା ବନ୍ଦ କରିବାକୁ ଅପିଲ

ନୂଆଦିଲ୍ଲୀ : ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ଶାସନ ଭାର ହାତକୁ ନେଲା ସେନା । ଶାସନ ଭାର ଗ୍ରହଣ ସହ ସବୁ ଦଳର ପ୍ରତିନିଧିଙ୍କୁ ଡାକି ଆଲୋଚନା କରିଛନ୍ତି। ହିଂସା ବନ୍ଦ କରିବାକୁ ଯୁବବର୍ଗଙ୍କୁ ଅପିଲ କଲେ ବାଂଲା ସେନା ମୁଖ୍ୟ ।

ସୂଚନା ଯେ, ବାଂଲାଦେଶରେ ସଂରକ୍ଷଣ ବିରୋଧୀ ହିଂସାକୁ ନିୟନ୍ତ୍ରଣ କରିବାରେ ବିଫଳ ହୋଇଥିବା ପ୍ରଧାନମନ୍ତ୍ରୀ ଶେଖ ହସିନା ଶେଷରେ ସେନା ଚାପରେ ସୋମବାର ଇସ୍ତଫା ଦେଇଛନ୍ତି। ସେନାର ଚେତାବନୀ ପରେ ସେ ପ୍ରଧାନମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାପରେ ବାଂଲାଦେଶ ସେନା ମୁଖ୍ୟ ଜେନରଲ ବକାର ଓଜ୍‌ ଜଜ୍ମାନ ସାମ୍ବାଦିକ ସମ୍ମିଳନୀ ଜରିଆରେ କହିଛନ୍ତି, ‘ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଇସ୍ତଫା ପରେ ଆମେ ବର୍ତ୍ତମାନ ଶାସନ କରିବୁ। ଅନ୍ତରୀଣ ସରକାର ଗଠନ କରି ଆମେ ଦେଶ ଚଳାଇବୁ। ଆମ ଦେଶ କ୍ଷତି ସହୁଛି। ସମ୍ପତ୍ତି ହଜିଯାଉଛି। ଦେଶରେ ଶାନ୍ତି ଫେରାଇ ଆଣିବୁ। ଦେଶର ନାଗରିକଙ୍କୁ ସେନା ଉପରେ ଭରସା କରିବାକୁ ସେ ଅନୁରୋଧ କରିଛନ୍ତି। ସେ ବିକ୍ଷୋଭକାରୀଙ୍କୁ କହିଛନ୍ତି ଯେ ଭଙ୍ଗାରୁଜା, ଅଗ୍ନିକାଣ୍ଡ ଏବଂ ହିଂସା ଠାରୁ ଦୂରରେ ରୁହ। ଯଦି ଆପଣମାନେ ଆମ ସହିତ ଏକାଠି ହୁଅନ୍ତି, ପରିସ୍ଥିତିରେ ଉନ୍ନତି ଆସିବ। ଯୁଦ୍ଧ ଏବଂ ହିଂସା ଦ୍ୱାରା କିଛି ହାସଲ ହେବ ନାହିଁ। ବିବାଦ ଏବଂ ଅରାଜକତା ଠାରୁ ଦୂରରେ ରୁହ।

Exit mobile version