Site icon ଆଜିକାଲି

ବିଶ୍ୱଶାନ୍ତି ପାଇଁ ଦେବ ଦୀପାବଳୀରେ ରାମ ମନ୍ଦିରରେ ୨୦୦୦ ସାମୂହିକ ଦୀପଦାନ

ଭୁବନେଶ୍ୱର : ପବିତ୍ର ଦେବ ଦୀପାବଳୀ ଉପଲକ୍ଷେ ଆସନ୍ତା ନଭେମ୍ବର ୨୩ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱର ଶ୍ରୀରାମ ମନ୍ଦିରରେ ବିଶ୍ୱର ପ୍ରତ୍ୟେକ ପ୍ରାଣୀର କଲ୍ୟାଣ ପାଇଁ ଓ ବିଶ୍ୱଶାନ୍ତି ପାଇଁ ୨୦୦୦ ଘୃତ ଦୀପ ପ୍ରଜ୍ଜ୍ୱଳିତ କରାଯିବ । ବୁଦ୍ଧ ମନ୍ଦିରଠାରେ ହାପି ଲିଭିଙ୍ଗ ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସମାଜସେବୀ ଡଃ ଆର୍ଯ୍ୟକୁମାର ଜ୍ଞାନେନ୍ଦ୍ର ଏହି ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଦେବ ଦୀପାବଳୀ ଉତ୍ସବ ୩ ଦିନ ଧରି ଶ୍ରୀମନ୍ଦିରରେ ପାଳନ କରାଯାଇଥାଏ । ମାର୍ଗଶିର କୃଷ୍ଣ ଚତୁର୍ଦ୍ଦଶୀ, ଅମାବାସ୍ୟା ଓ ଶୁକ୍ଳ ପ୍ରତିପଦା ତିନିଦିନ ଧରି ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରାଦ୍ଧ ବେଶ ହୋଇ ଭକ୍ତଙ୍କୁ ଦର୍ଶନ ଦେଇଥାନ୍ତି । ଚତୁର୍ଦ୍ଦଶୀ ଦିନ ମା, ଅଦିତି ଓ କଶ୍ୟପଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯାଉଥିବା ବେଳେ ଅମାବାସ୍ୟା ଦିନ ଦଶରଥ, କୌଶଲ୍ୟା ଓ ଶୁକ୍ଳ, ପ୍ରତିପଦାରେ ନନ୍ଦ, ଯଶୋଦା, ଦେବକୀ, ବାସୁଦେବ ଓ ଇନ୍ଦ୍ରଦ୍ୟୁମ୍ନ ଗୁଣ୍ଡିଚା ମା’ଙ୍କ ପ୍ରତି ପ୍ରଦୀପ ଉତ୍ସର୍ଗ କରାଯିବାର ପରମ୍ପରା ଚଳି ଆସୁଛି ।

ଅନୁଷ୍ଠାନର ଅଧ୍ୟକ୍ଷ ବାସ୍ତୁବିତ ଡଃ ମନୋଜ ଲେଙ୍କା କହିଲେ ଯେ,ଏହି ଦିନ ପରିବାରର ମଙ୍ଗଳ ପାଇଁ ପ୍ରତ୍ୟେକ ଗୃହସ୍ଥ ନିଜର ପିତାମାତାଙ୍କ ଉଦ୍ଦେଶ୍ୟରେ ମଧ୍ୟ ଘୃତ ଦୀପଟିଏ ଜାଳିଲେ ମାନସିକ ଶାନ୍ତି ପାଇବା ସହ ପରିବାରର ମଙ୍ଗଳ ହେବ ।

Exit mobile version