Site icon ଆଜିକାଲି

ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ମାଡ଼ି ବସିଲା ବଲାଙ୍ଗିର ପୋଲିସ

ବଲାଙ୍ଗିର : ଦାମୀ ଗାଡ଼ିରେ ଚୋରା ଚାଲାଣ। ଵଲାଙ୍ଗିର ପୋଲିସକୁ ବଡ ସଫଳତା । ବେଆଇନ କଫ ସିରପ ଚାଲାଣ ବେଳେ ୧୮ ବେପାରୀଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଛି ୧୭ ଶହ ଅଧିକ ବୋତଲ। ବେଆଇନ ଭାବେ କଫ୍ ସିରପ ଚାଲାଣ ହେଉଥିବା ଖବର ପାଇ ଅଚାନକ ଚଢ଼ାଉ କରିଥିଲା ପୋଲିସ।

ଵଲାଙ୍ଗିର ସହର ସୁଦପଡାରେ ପୋଲିସ ଚଢ଼ାଉ କରିଥିବା ବେଳେ ୧୮ ଜଣ ବେପାରୀଙ୍କୁ ଗିରଫ କରାଯାଇଛି । ଏହା ସହ ସେମାନଙ୍କ ନିକଟରୁ ଦାମୀ ବାଇକ ଓ କାର ମଧ୍ୟ ଜବତ ହୋଇଛି। କିପରି ଓ କେବେଠାରୁ ଏହି ନିଶା ବେପାର ଚାଲିଥିଲା ଏନେଇ ତଦନ୍ତ ଜାରି ରଖିଛି ପୋଲିସ ।

Exit mobile version