Site icon ଆଜିକାଲି

ବ୍ରିଜ ତଳକୁ ଓଲଟି ପଡିଲା ଚାଉଳ ବୋଝେଇ ଟ୍ରକ୍

ବ୍ରିଜ ତଳକୁ ଖସିଲା ଟ୍ରକ୍, ରାସ୍ତା ଉପରେ ପଡି ରହିଛି ଚାଉଳ ବସ୍ତା
ଚଣ୍ଡୀଖୋଲ : ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସିଲା ଚାଉଳ ବୋଝେଇ ଟ୍ରକ୍ । ୧୬ ନମ୍ବର ଜାତୀୟ ରାଜପଥର ଧର୍ମଶାଳା ଥାନା ଅଧୀନ ଶଙ୍ଖାରିଡିହ ଠାରେ ଏହି ଦୁର୍ଘଟଣା ଘଟିଛି ।

ସୂଚନା ଯେ, କୋଲକାତାରୁ ଚାଉଳ ବୋଝେଇ କରି ଏକ ଟ୍ରକଟି ଆନ୍ଧ୍ର ଅଭିମୁଖେ ଯାଉଥିବା ବେଳେ ଶଙ୍ଖାରିଡିହ ଠାରେ ଭାରସାମ୍ୟ ହରାଇ ବ୍ରିଜରୁ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ଟ୍ରକଟି ସମ୍ପୂର୍ଣ ରୂପେ ଭାଙ୍ଗି ଯାଇଛି । ଗାଡିରେ ଡ୍ରାଇଭର ଓ ହେଲପର ରହିଥିବା ବେଳେ ଡ୍ରାଇଭର ସାମାନ୍ୟ ଆହତ ହୋଇଛନ୍ତି । ଟ୍ରକରେ ମୋଟ ୨୫ ଟନ ଚାଉଳ ଯାଉଥିବା ବେଳେ ଚାଉଳ ବସ୍ତା ରାସ୍ତା ଉପରେ ପଡି ରହିଛି । ଘଟଣା ସ୍ଥଳରେ ଧର୍ମଶାଳା ପୋଲିସ ପହଞ୍ଚି ଘଟଣାର ଅଧିକ ତଦନ୍ତ ଜାରି ରଖିଛି ।

Exit mobile version