Site icon ଆଜିକାଲି

ମଙ୍ଗଳାକୋଠୀରେ ନାବାଳକକୁ ହତ୍ୟା ଘଟଣା : ମନ୍ଦିରକୁ ସିଲ୍‌ କଲା ପ୍ରଶାସନ, ୩ ପ୍ଲାଟୁନ ଫୋର୍ସ ମୁତୟନ

ଆଠମଲ୍ଲିକ : ଆଠମଲ୍ଲିକ ମଙ୍ଗଳାକୋଠୀରେ ନାବାଳକକୁ ହତ୍ୟା ଘଟଣା । ୪ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ପୋଲିସ । ନାବାଳକ ନିଖୋଜ ହୋଇଥିବା ମଙ୍ଗଳାକୋଠୀକ ସାଧିକା ରୀତାଞ୍ଜଳି ବାଘଙ୍କ ସହ ତାଙ୍କ ତିନି ପୁଅଙ୍କୁ ଗିରଫ କରିଛି ପୋଲିସ । ଅନ୍ୟ ଦୁଇ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି ।

ତେବେ ନାବାଳକ ସଂଜୀବର ମୃତ୍ୟୁର କାରଣ ଏଯାଏ ସ୍ପଷ୍ଟ ହୋଇନି । ୨ ଜଣ ଅତିରିକ୍ତ ଏସପି ଘଟଣାର ତଦନ୍ତ କରୁଛନ୍ତି । ସେପଟେ ମଙ୍ଗଳାକୋଠିରେ ବୁଲିଛି ପ୍ରଶାସନର ଖଣ୍ଡା । କୋଠିରେ ନାଲିବତୀ ଲଗାଇବା ସହ କଳସ ଭାଙ୍ଗି ଦେଇଛି ସ୍ଥାନୀୟ ପ୍ରଶାସନ । ମଙ୍ଗଳା ମନ୍ଦିରକୁ ସିଲ କରାଯାଇ ସେଠାରେ ୩ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଛି।

FacebookTwitterLinkedinWhatsapp
Exit mobile version