Site icon ଆଜିକାଲି

ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଥିଲା ଗାତ, ଖେଳିବା ସମୟରେ ଖସିପଡ଼ି ଜୀବନ ହରାଇଲେ ୪ ନାବାଳକ-ନାବାଳିକା

କୋରାପୁଟ: କୋରାପୁଟ ଦେଇଯାଇଥିବା ଭାରତମାଳା ପରିଯୋଜନା ନେଲା ୪ ଶିଶୁଙ୍କ ମୁଣ୍ଡ। ଜାତୀୟ ରାଜପଥ ପ୍ରାଧୀକରଣ ପକ୍ଷରୁ କାମ କରୁଥିବା ଏଚ.ଜି.ଇନଫ୍ରାର ଦାୟିତ୍ବହୀନତା ଯୋଗୁଁ ଯାଇଛି କୋରାପୁଟ ସଦର ଥାନା ମାଝିଗୁଡା ଗାଁର ୪ଜଣ ଶିଶୁଙ୍କର ଜୀବନ। ସେମାନେ ହେଲେ ହେଲେ ପୁର୍ଣି ହାନ୍ତାଳ (୮), ବିମଳା ଶୁକ୍ରୀ (୬), ରଇଲା ଶୁକ୍ରୀ (୪) ଓ ମଧୁସୂଦନ ହାନ୍ତାଳ(୬)। ପୁଣି, ବିମଳା ଓ ମଧୁସୂଦନ ସ୍ଥାନୀୟ ବିଦ୍ୟାଳୟରେ ପଢୁଥିବା‌ବେଳେ ରଇଲା ଅଙ୍ଗନବାଡିରେ ପଢୁଥିବା କୋରାପୁଟ ସଦର ପୁଲିସ ସୂଚନା ଦେଇଛି। କୋରାପୁଟ ସଦର ପୁଲିସ ଶବକୁ ଜବତ କରିଥିବାବେଳେ ବ୍ୟବଚ୍ଛେଦ କରିବାକୁ ଏସଏଲଏନ ମେଡିକାଲରେ ରଖିଛି। ଆସନ୍ତାକାଲି ଶବକୁ ବ୍ୟବଚ୍ଛେଦ କରାଯିବା ପରେ ପରିବାରବର୍ଗଙ୍କୁ ହସ୍ତାନ୍ତର କରାଯିବ ବୋଲି ଜଣାପଡିଛି।

ଏହାକୁ ଉଦ୍ଧାର କରିବାକୁ ଅନ୍ୟ ମାନେ ଯାଇ ପ୍ରାଣ ହରାଇଥିବା ଅନୁମାନ କରୁଛି ପୁଲିସ। ଶିଶୁମାନେ ଦିନ ୧୧ଟାରେ ଗାତରେ ପଡିଥିବାବେଳେ ଦୀର୍ଘ ସମୟରେ ଗାଁ ଲୋକେ ଶବକୁ ଉଦ୍ଧାର କରିଥିଲେ। ଏହାକୁ ନେଇ ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି। ତେବେ ଭାରତମାଳା ପରିଯୋଜନା ପାଇଁ କାର୍ଯ୍ୟ କରୁଥିବା ରାଜସ୍ତାନର ଜୟପୁର ଠିକା ସଂସ୍ଥା ଏଚ.ଜି.ଇନଫ୍ରା ଏହି ଗାଁରେ ମନମାନୀ କରୁଥିଲା।

Exit mobile version