Site icon ଆଜିକାଲି

ସନ୍ଥକବିଙ୍କ ପ୍ରଦର୍ଶିତ ମାର୍ଗ ଓ ତ୍ୟାଗପୂତ ଜୀବନ ସର୍ବଦା ପ୍ରେରଣା ଉତ୍ସ : ମୁଖ୍ୟମନ୍ତ୍ରୀ


ଭୁବନେଶ୍ୱର- ଆଜି ହେଉଛି ମହିମା ଧର୍ମର ଆଦିପ୍ରବକ୍ତା ସନ୍ଥକବି ଭୀମ ଭୋଇଙ୍କ ଜୟନ୍ତୀ । ଏହି ଅବସରରେ ସନ୍ଥକବିଙ୍କୁ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ସନ୍ଥକବିଙ୍କ ରଚିତ ‘ସ୍ତୁତି ଚିନ୍ତାମଣି’, ‘ମହିମା ବିନୋଦ’ ପରି ସୃଜନ ସୃଷ୍ଟି ଏବଂ ‘ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ ଦେଖୁ ଦେଖୁ କେବା ସହୁ’ ପରି ପଂକ୍ତି ଚିର ଅନନ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଭୀମ ଭୋଇଙ୍କ ପ୍ରଦର୍ଶିତ ମାର୍ଗ ଏବଂ ତ୍ୟାଗପୂତ ଜୀବନ ଆଦର୍ଶ ସର୍ବଦା ପ୍ରେରଣାର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

Exit mobile version