Site icon ଆଜିକାଲି

ସରିଲା ଛତିଶା ନିଯୋଗ ବୈଠକ; କାର୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ

ପୁରୀ : ପୁରୀରେ ଶ୍ରୀମନ୍ଦିର ପ୍ରଶସନ ପକ୍ଷରୁ ପୁରୀ ଜିଲ୍ଲାପଳଙ୍କ ଅଧ୍ୟକ୍ଷତାରେ ଛତିଶା ନିଯୋଗ ବୈଠକ ଆରମ୍ଭ ହୋଇଛି । ଏହି ବୈଠକରେ ସମସ୍ତ ନିଯୋଗର ସେବାୟତ ପ୍ରତିନିଧିମାନେ ଉପସ୍ଥିତ ଥିଲେ । ଏଥିରେ କାର୍ତିକ ପୂର୍ଣ୍ଣିମା ନୀତିକାନ୍ତି ଚୂଡ଼ାନ୍ତ ହେବା ସହିତ ଏହା ଉପରେ ଛତିଶା ନିଯୋଗ ମୋହର ମାରିଛି । ସେହିପରି ହବିଷ୍ୟାଳୀଙ୍କ ଶୃଙ୍ଖଳିତ ଦର୍ଶନ ଓ ଶୃଙ୍ଖଳିତ ନୀତି, ମହାପ୍ରସାଦ ଯୋଗାଣ ସ୍ୱତନ୍ତ୍ର ବ୍ୟବସ୍ଥା ହେବ ବୋଲି ସ୍ଥିର ହୋଇଛି । ସେପଟେ ଆସନ୍ତା ଅକ୍ଟୋବର ୨୫ରେ ସୂର୍ଯ୍ୟ ପରାଗ ଏବଂ ନଭେମ୍ବର ୮ ରେ ହେବାକୁ ଥିବା ଚନ୍ଦ୍ରଗ୍ରହଣ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତି କାନ୍ତି ହେବ ବୋଲି ନିଷ୍ପତି ନିଆଯାଇଛି । ଅକ୍ଟୋବର ୨୪ ରାତି ଓ ନଭେମ୍ବର ୮ ଅପରାହ୍ଣରୁ ଶ୍ରୀମନ୍ଦିରରେ ଦର୍ଶନ ବନ୍ଦ ରହିବ ବୋଲି କୁହାଯାଇଛି ।

Exit mobile version