Site icon ଆଜିକାଲି

ସାଇକେଲକୁ ଧକ୍କା ଦେଲା କାର୍‌ : ଜଣେ ମୃତ, ୨ ଆହତ

ରାଇରଙ୍ଗପୁର : ରାଇରଙ୍ଗପୁର ଵହଳଦା ଥାନା ବାଗଡେଗା ଗ୍ରାମ ନିକଟରେ ଦୁର୍ଘଟଣା । ସାଇକେଲକୁ ଧକ୍କା ଦେଲା କାର୍‌ । ଫଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ ୨ଜଣ ଆହତ ହୋଇଛନ୍ତି । ଦୁଇ ଆହତଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଯେ, ଗୁରୁବାର ସକାଳେ ରାଇରଙ୍ଗପୁର ଠାରୁ ତିରିଂ ୨୨୦ନଂ ଜାତୀୟ ରାଜପଥର ବାଗଡେଗା ଗାଁ ନିକଟରେ ଜଣେ ବ୍ୟକ୍ତି ସାଇକେଲ ନେଇ କୌଣସି ସ୍ଥାନକୁ ଯାଉଥିଲେ । ସେହି ସମୟରେ ଏକ କାର୍‌ ତାଙ୍କୁ ଧକ୍କା ଦେଇଥିଲା । ଧକ୍କା ଦେବା ଫଳରେ ସାଇକେଲ ଆରୋହୀଙ୍କ ମୃତ୍ୟୁ ହୋଇଥିଲା । ମୃତକ ହେଲେ ବହଳଦା ଥାନା ଅନ୍ତର୍ଗତ ଝାଡଗାଁ ଗ୍ରାମର ଦୀନବନ୍ଧୁ ମିଶ୍ରଙ୍କ ପୁଅ ତାପସ (୪୫) । କାରର ଡ୍ରାଇଭର ଘଟଣା ସ୍ଥଳରୁ ଫେରାର ହୋଇଯାଇଛି । କାରଟି ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସିପଡ଼ିବା ଯୋଗୁଁ ୨ଜଣ ଆହତ ହୋଇଥିଲେ । ଆହତଙ୍କୁ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଖବରପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇବା ସହ ଦୁର୍ଘଟଣାକୁ ନେଇ ସ୍ଥାନୀୟ ଲୋକଙ୍କୁ ପଚାରାଉଚରା କରୁଛି ।

Exit mobile version