Site icon ଆଜିକାଲି

ହଷ୍ଟେଲରେ ପଶି ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କଲେ ଯୁବକ, ଫାଟକରେ ତାଲା ପକାଇଲେ ଅଭିଭାବକ

କେନ୍ଦୁଝର, (ବ୍ରଜକିଶୋର ରାୟ) : ବିଦ୍ୟାଳୟ ଛାତ୍ରାବାସରେ ପଶି ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଟଣା ଓଟରା କଲେ ଯୁବକ । କାର୍ଯ୍ୟାନୁଷ୍ଠାନ ଦାବିରେ ଉତ୍ତ୍ୟକ୍ତ ଅଭିଭାବକ ବିଦ୍ୟାଳୟ ଫାଟକରେ ତାଲା ପକାଇ ଧାରଣା ଦେଇଛନ୍ତି । କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ ପାଟଣା ପଞ୍ଚାୟତ ମାଧପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଘଟିଛି ଏଭଳି ଘଟଣା । ସୂଚନାଯୋଗ୍ୟ ଯେ, କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ୍ ବଡ଼ ପାଟଣା ପଞ୍ଚାୟତ ମାଧପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିଲା ୪୦ ସଂଖ୍ୟକ ବିଶିଷ୍ଟ ଛାତ୍ରବାସ । ଶୁକ୍ରବାର ରାତିରେ ବିଦ୍ୟାଳୟର ରୋଷେୟାଙ୍କ ବିବାହିତ ପୁଅ ଛାତ୍ରାବାସରେ ପଶି ଜଣେ ୫ମ ଶ୍ରେଣୀ ଛାତ୍ରୀଙ୍କୁ ଟଣାଓଟରା କରିଥିଲେ । ଘଟଣା ଜଣାପଡିବା ପରେ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । କାର୍ଯ୍ୟାନୁଷ୍ଠାନ ଦାବିରେ ସ୍ଥାନୀୟ ଲୋକେ ସ୍କୁଲ ଗେଟରେ ତାଲା ପକାଇଛନ୍ତି l ସକାଳୁ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଥିବାରୁ ଗେଟ୍ ଚାବି ଖୋଲିବା ପରେ ପୁନର୍ବାର ତାଲା ପକାଇ ଦେଇଛନ୍ତି । ଫଳରେ ସ୍କୁଲ ପରିସରରେ ଉତ୍ତେଜନା ଲାଗିରହିଛି l

Exit mobile version