Site icon ଆଜିକାଲି

ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର

Electrical spark between two wires

ଦିଗପହଣ୍ଡି : ବିଦ୍ୟୁତ ଆଘାତରେ ୧୦ ଶିଶୁ ଗୁରୁତର ଆହତ ହୋଇଛନ୍ତି। ଗଞ୍ଜାମ ଜିଲା ଦିଗପହଣ୍ଡି ଅନ୍ତର୍ଗତ ଫାଶୀଗୁଡ଼ା ଗ୍ରାମରେ ଏହି ଅଘଟଣ ଘଟିଛି। ଅସୁସ୍ଥ ପିଲାମାନଙ୍କୁ ପ୍ରଥମେ ଦିଗପହଣ୍ଡି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରୁ ଗୁରୁତର ଥିବା ୪ ପିଲାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ଗ୍ରାମରେ ଠାକୁରାଣୀ ଯାତ୍ରା ଚାଲିଥିଲା। ଯାତ୍ରା ସମୟରେ ରାମାୟଣ ନାଟକ ପରିବେଷଣ ହେଉଥିଲା। ଷ୍ଟେଜରେ ନାଟକ ପରିବେଷଣ ସମୟରେ ବିଦ୍ୟୁତ ତାର ଲାଗିଯିବା ଫଳରେ ପିଲାମାନେ ଆହତ ହୋଇଥିବା ଜଣାପଡ଼ିଛି। ସମସ୍ତ ପିଲାଙ୍କ ବୟସ ୭ରୁ ୧୨ ବର୍ଷ ମଧ୍ୟରେ ହେବ ବୋଲି ସୂଚନା ମିଳିଛି।

Exit mobile version