Site icon ଆଜିକାଲି

ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୧୦ ବଖରା ଘର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା କମଳାପଦର ଗାଁରେ ଅଗ୍ନିକାଣ୍ଡ । ଗ୍ୟାସ୍‌ ଟାଙ୍କି ଫାଟି ଜଳିଗଲା ୪ ଟି ପରିବାରର ୧୦ ବଖରା ଘର। ଏହି ଦୁର୍ଘଟଣାରେ ଘରର ସମସ୍ତ ଆସବାବପତ୍ର, ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ଜିନିଷ ପୋଡ଼ି ପାଉଁଶ ହୋଇଯାଇଛି। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ବ୍ଲକ୍‌ରେ ଏଭଳି ଅଘଟଣ ଘଟିଛି ।

ଆଜି ଭୋର ସମୟରେ ହଠାତ୍‌ ଜଣଙ୍କ ଘରେ ଏକ ଗ୍ୟାସ ଟାଙ୍କି ଫାଟି ଯାଇଥିଲା। ଫଳରେ ହୁତୁହୁତୁ ହୋଇ ନିଆଁ ଜଳିବା ସହ ଆଖି ପିଛୁଳାକେ ଚାରିଆଡ଼େ ବ୍ୟାପି ଯାଇଥିଲା। ଏହି ଅଗ୍ନିକାଣ୍ଡ ଯୋଗୁ ୪ଜଣଙ୍କ ୧୦ ବଖରା ଘର ସମେତ ସମସ୍ତ ଆସବାବପତ୍ର ଜଳି ପାଉଁଶ ହୋଇ ଯାଇଥିଲା। କେବଳ ସେତିକି ନୁହେଁ, ସେହି ଘରର ସମସ୍ତ ଆସବାବପତ୍ର ସହ ଚାଉଳ, ମୂଲ୍ୟବାନ ସାର୍ଟିଫିକେଟ ସହ ଅନ୍ୟାନ୍ୟ ଜିନିଷ ମଧ୍ୟ ଜଳି ପୋଡ଼ି ନଷ୍ଟ ହୋଇଥିଲା । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛି । ବାସହୀନ ପରିବାରଙ୍କୁ ସହାୟତା ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି ଗ୍ରାମବାସୀ ।

Exit mobile version