Site icon ଆଜିକାଲି

ସୁନ୍ଦରଗଡ଼ରେ ଆଉ ୧୦ ଜଣ ସ୍କ୍ରବ ଟାଇଫସ୍ ଆକ୍ରାନ୍ତ

ସୁନ୍ଦରଗଡ : ସୁନ୍ଦରଗଡରେ ଚିନ୍ତା ବଢାଉଛି ସ୍କ୍ରବ ଟାଇଫସ୍ । ଗୋଟିଏ ଦିନରେ ପୁଣି ୧୦ ଆକ୍ରନ୍ତ ଚିହ୍ନଟ । ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଂଚିଛି। ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ରାଉରକେଲା ଅର୍ବାନରୁ ୨୦ ଓ ସୁନ୍ଦରଗଡ ଅର୍ବାନରୁ ୧୪ଟି କେସ୍ ରହିଛି।

ସେହିପରି ମଝାପଡାରୁ ଅନେକ ପଜିଟିଭ୍ ଚିହ୍ନଟ ହୋଇଥିବା କହିଛନ୍ତି ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ । ଏହି ରୋଗୀଙ୍କୁ ଦିଆଯାଉଥିବା ଔଷଧ ପ୍ରଚୁର ପରିମାଣରରେ ମହଜୁଦ ରହିଛି। ଲୋକମାନଙ୍କୁ ସଚେତନ କରାଯିବା ସହ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନେବାକୁ କୁହାଯାଇଛି। ସେହିପରି ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଗୁରୁତ୍ବପୂର୍ଣ୍ଣ ବୈଠକୁ ଅନୁଷ୍ଠିତ ହୋଇଛି। ସ୍ଥିତି ଉପରେ ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ।

Exit mobile version