Site icon ଆଜିକାଲି

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ, ୨ ମୃତ

ଭବାନୀପାଟଣା : ରାସ୍ତା କଡରେ ଥିବା ଗଛରେ ପିଟିହେଲା ୧୦୮ ଆମ୍ବୁଲାନ୍ସ । ଜୟପୁର ଭବାନୀପାଟଣା ଜାତୀୟ ରାଜପଥ ଜାତୀୟ ରାଜପଥ-୨୬ ମହିଚଲା ଘୋଳିଜବା ନିକଟରେ ଘଟିଛି ଏହି ଦୁର୍ଘଟଣା । ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ଘଟିଛି।

ସୂଚନା ଯେ, ଝାଡାବାନ୍ତି ଯୋଗୁଁ କଳମପୁର ଗ୍ରାମର କିଛି ରୋଗୀ ଜୟପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ଜଣେ ରୋଗୀଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଜୟପାଟଣା ହସ୍ପିଟାଲରୁ ଭବାନୀପାଟଣା ଜିଲା ମୁଖ୍ୟ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଉଥିଲା l ଭବାନୀପାଟଣା ହସ୍ପିଟାଲକୁ ରୋଗୀ ନେଇ ଯିବା ସମୟରେ ଗଛରେ ପିଟି ହୋଇଥିଲା ଆମ୍ବୁଲାନ୍ସ ଯାହା ଫଳରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ହେଉଛନ୍ତି କଳମପୁର ଗାଁର ସୁନିତା ଦୁର୍ଗା ଏବଂ ଆମ୍ବୁଲାନ୍ସ ଆଟେଣ୍ଡାଣ୍ଟ ପଣ୍ଡି ଗାଁର ଡମ୍ବରୁ ଶବର l

Exit mobile version