Site icon ଆଜିକାଲି

୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ; ଅଳ୍ପକେ ବର୍ତ୍ତିଲେ ରୋଗୀ

କେନ୍ଦୁଝର, (ବ୍ରଜକିଶୋର ରାୟ) ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ହୁଣ୍ଡୁଳା ପେଟ୍ରୋଲ ପମ୍ପ ନିକଟରେ ୧୦୮ ଆମ୍ବୁଲାନ୍ସ ଦୁର୍ଘଟଣାଗ୍ରସ୍ତ । ରୋଗୀ ନେଇ ଯାଉଥିବାବେଳେ ରାସ୍ତାରେ ଧୂଳି ଯୋଗୁଁ ଆମ୍ବୁଲାନ୍ସଟି ସହ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି । ସୂଚନାଯୋଗ୍ୟ, ବିଳମ୍ବିତ ରାତିରେ ପେଟ୍ରୋଲ ପମ୍ପ ନିକଟରେ ରାସ୍ତା ଉପରେ ଏକ ଟ୍ରକ ଆମ୍ବୁଲାନ୍ସଟିକୁ ପଛରୁ ଧକ୍କା ଦେବାରୁ ଆମ୍ବୁଲାନ୍ସଟି ଆଗରେ ଥିବା ଆଉ ଏକ ଟ୍ରକରେ ପିଟି ହୋଇଥିଲା । ତେବେ ସମସ୍ତେ ସୁରକ୍ଷିତ ଥିବା ଜଣାପଡ଼ିଛି । ଖବର ପାଇ ପାଳଶପଙ୍ଗା ବିଟ୍ ହାଉସ୍ ଅଧିକାରୀ ମହେନ୍ଦ୍ର ସାହୁ ଘଟଣା ସ୍ଥଳରେ ପହଁଞ୍ଚି ଆମ୍ବୁଲାନ୍ସ ଥିବା ରୋଗୀଙ୍କୁ ଅନ୍ୟ ଏକ ଆମ୍ବୁଲାନ୍ସରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ତେବେ ଦୁର୍ଘଣାଗ୍ରସ୍ତ ଆମ୍ବୁଲାନ୍ସଟିର ସମ୍ମୁଖ ଭାଗ ଭାଙ୍ଗି ଯାଇଛି ।

Exit mobile version