Site icon ଆଜିକାଲି

ରୋଗୀ ଛାଡି ଫେରୁଥିବାବେଳେ ଭାରସାମ୍ୟ ହରାଇ ଓଲଟିଲା ଆମ୍ୱୁଲାନ୍ସ

କେନ୍ଦ୍ରାପଡା : କେନ୍ଦ୍ରାପଡା ପଟ୍ଟାମୁଣ୍ଡାଇ ଅନ୍ତର୍ଗତ ଚନ୍ଦନନଗର ନିକଟରେ ଅଘଟଣ । ରୋଗୀ ଛାଡି ଫେରୁଥିବାବେଳେ ଭାରସାମ୍ୟ ହରାଇ କେନାଲକୁ ଖସିଗଲା ୧୦୮ ଆମ୍ୱୁଲାନ୍ସ ।

ସୂଚନା ଯେ, କେନ୍ଦ୍ରପଡା ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଛାଡି ଫେରୁଥିବା ବେଳେ ଦୁର୍ଘଟଣାଗ୍ରସ୍ତ ହେଲା ଆମ୍ବୁଲାନ୍ସ । ଭୋର୍ ପ୍ରାୟ ୫ ଟା ବେଳେ ଏକ ୧୦୮ ଆମ୍ବୁଲାନ୍ସ ଶ୍ୟାମ ଗୁଡ଼ିଆ ସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଛାଡିବା ପରେ ଫେରୁଥିଲା ହଳଦୀଡିହ ଗଡା ନିକଟରେ ଆମ୍ବୁଲାନ୍ସ ଟି ଭାରସାମ୍ୟ ହରାଇ କେନାଲକୁ ଖସିପଡିଥିଲା । ଏଥିରେ ଆମ୍ବୁଲାନ୍ସରେ ଥିବା ଚାଳକ ଓ ତାଙ୍କ ସହଯୋଗୀ ସାମାନ୍ୟ ଆହତ ହୋଇଛନ୍ତି ।

Exit mobile version