Site icon ଆଜିକାଲି

ଦଶମ ଶ୍ରେଣୀର ଅଭିଭାବକ/ଅଭିଭାବିକା ସମ୍ମିଳନୀ

କେନ୍ଦୁଝର, (ନିପ୍ର) ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର, କେନ୍ଦୁଝରଗଡ଼ଠାରେ ଦଶମ ଶ୍ରେଣୀରେ ଅଧୟନ କରିବାକୁ ଥିବା ଛାତ୍ରଛାତ୍ରୀମାନଙ୍କର ଅଭିଭାବକ ଅଭିଭାବିକାମାନଙ୍କୁ ନେଇ ଏକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସମ୍ମିଳନୀରେ ବିଦ୍ୟାଳୟର ସଭାପତି ଶ୍ରୀଯୁକ୍ତ ସୁନୀଲ କୁମାର ରଥ ସଭାପତିତ୍ଵ କରିଥିଲେ । ବିଦ୍ୟାଳୟର ସଂପାଦକ ଶ୍ରୀଯୁକ୍ତ ସୁଧାଂଶୁ ଶେଖର ପଣ୍ଡା ଉପସ୍ଥିତ ଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ରାଜେନ୍ଦ୍ର ପ୍ରସାଦ ଅଗସ୍ତି ଅତିଥି ପରିଚୟ ପ୍ରଦାନ କରିବା ସହ ସ୍ଵାଗତ ଭାଷଣ ଦେଇଥିଲେ । ଉକ୍ତ ସମ୍ମିଳନୀରେ ୧୫୦ରୁ ଉର୍ଦ୍ଧ୍ଵ ଜଣ ଅଭିଭାବକ ଅଭିଭାବିକା ଯୋଗ ଦେଇଥିଲେ । ଏହି ସମ୍ମିଳନୀରେ ସରକାରଙ୍କଦ୍ଵାରା ପ୍ରଚଳିତ ନୂତନ ଶିକ୍ଷାନୀତିରେ ଦଶମ ଶ୍ରେଣୀର ଶିକ୍ଷାଦାନ ବ୍ୟବସ୍ଥା ଓ ବୋର୍ଡ଼ ପରୀକ୍ଷା ପଦ୍ଧତିର ସମ୍ବନ୍ଧରେ ଆଲୋଚନା କରାଯାଇଥିଲା । ଏଥିସହ ପିଲାମାନେ କିପରି ନିୟମିତ ବିଦ୍ୟାଳୟକୁ ଆସିବେ ଏବଂ ନିଜ ନିଜ ଘରେ କିପରି ପାଠପଢ଼ାର ଯତ୍ନ ନେବେ ଓ ସେ ଦିଗରେ ଅଭିଭାବକ/ଅଭିଭାବିକାମାନଙ୍କର ଭୂମିକା କ’ଣ ରହିବ ସେ ସମ୍ବନ୍ଧରେ ସଭାପତି ଶ୍ରୀଯୁକ୍ତ ରଥ ଓ ସଂପାଦକ ଶ୍ରୀଯୁକ୍ତ ପଣ୍ଡା ଆଲୋଚନା କରାଯାଇଥିଲେ ।

Exit mobile version