Site icon ଆଜିକାଲି

ଆଇଆଇଏମ ସମ୍ବଲପୁରର ଦଶମ ପ୍ରତିଷ୍ଠା ଦିବସ ପାଳନ

ଛାତ୍ରଛାତ୍ରୀଙ୍କ ପାଠପଢ଼ା ପଦ୍ଧତିକୁ ବଦଳାଇବ ଏଆଇ: ପ୍ରଫେସର ମହାଦେବ ଜୟସ୍ୱାଲ

ସମ୍ବଲପୁର: ଦେଶର ଅନ୍ୟତମ ପ୍ରମୁଖ ମ୍ୟାନେଜମେଂଟ୍ ଅନୁଷ୍ଠାନ ଆଇଆଇଏମ୍ ସମ୍ବଲପୁରରେ ଏଆଇକୁ ବ୍ୟାପକ ଭାବେ ପ୍ରଚଳନ କରିବାକୁ ଘୋଷଣା କରାଯାଇଛି ଯାହା ଶ୍ରେଣୀଗୃହରେ ଛାତ୍ରଛାତ୍ରୀଙ୍କ ଶିକ୍ଷଣ ଶୈଳୀରେ ପରିବର୍ତନ ଆଣିବ। ଶିକ୍ଷକଙ୍କ ଭୂମିକାକୁ ଏହା ଶିକ୍ଷାଦାନରୁ ସୃଷ୍ଟି ଓ ଶିକ୍ଷଣରେ ପରିବର୍ତନ କରିବ। ଆଇଆଇଏମ ସମ୍ବଲପୁର ଏହାର ଦଶମ ପ୍ରତିଷ୍ଠା ଦିବସ ପାଳନ କରି ଏକ ଦଶନ୍ଧିର ଉତ୍କର୍ଷତା ଏବଂ ପରିବର୍ତନମୂଳକ ଉପଲବ୍ଧିକୁ ପାଳନ କରୁଛି। ତାହା ଅଭିନବତା, ସାମଗ୍ରିକତା ଏବଂ ଅଖଣ୍ଡତା ପ୍ରତି ଏହାର ପ୍ରତିବଦ୍ଧତାକୁ ଦର୍ଶାଉଛି। ଏହାର ପ୍ରତିଷ୍ଠା ପରଠାରୁ ଜାତୀୟ ଗୁରୁତ୍ୱପୂର୍ଣ୍ଣ ଅନୁଷ୍ଠାନ କାର୍ଯ୍ୟଭିତକ ଗବେଷଣା, ମୂଲ୍ୟ-ପରିଚାଳିତ ପରାମର୍ଶ ଏବଂ ଅନୁଭୂତିମୂଳକ ଶିକ୍ଷଣ ଶିକ୍ଷାଦାନ ମାଧ୍ୟମରେ ମ୍ୟାନେଜମେଂଟ୍ ଶିକ୍ଷା ପ୍ରଦାନ କରିବାକୁ ଲକ୍ଷ୍ୟ ରଖିଛି ଏବଂ ଲିଙ୍ଗଗତ ବିବିଧତା, ନିଯୁକ୍ତି, ସାଂସ୍କୃତିକ ବିକାଶ, ସ୍ଥାୟିତ୍ୱ ପଦକ୍ଷେପ ଏବଂ ବୈଷୟିକ ଉନ୍ନତିରେ ନୂତନ ମାନଦଣ୍ଡରେ ଅଗ୍ରଣୀ ହୋଇ ବ୍ୟବସାୟ ଶିକ୍ଷାରେ ଦ୍ରୁତ ଗତିରେ ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ ଭାବେ ଉଭା ହେଉଛି। ଏହି ଅବସରରେ ଏମ୍ସିଏଲ୍ର ଅଧ୍ୟକ୍ଷ ତଥା ପରିଚାଳନା ନିର୍ଦେଶକ ଉଦୟ କାଓଲେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ଡ. ଅନୁରାଗ ବାତ୍ରା ସମ୍ମାନିତ ଅତିଥି ଭାବେ ଯୋଗ ଦେଇଥିଲେ। ମୁଖ୍ୟବକ୍ତା ଭାବେ ନେକ୍ସସ ପାୱାରର ସହ ପ୍ରତିଷ୍ଠାତା ତଥା ସିଇଓ ନିଶିତା ବଳିଆରସିଂହ ଓ ଆଇବିଏମର ଆସୋସିଏଟ୍ ପାର୍ଟନର ଅନିନ୍ଦ୍ୟା ଘୋଷ ଯୋଗ ଦେଇଥିଲେ।

ପ୍ରତିଷ୍ଠା ଦିବସ ପାଳନ ସମାରୋହକୁ ସ୍ୱାଗତ ଭାଷଣ ଜରିଆରେ ସମ୍ବୋଧନ କରି ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ପ୍ରଫେସର ମହାଦେବ ଜୟସ୍ୱାଲ କହିଛନ୍ତି ଯେ, “ଏହି ବିଶ୍ୱସ୍ତରୀୟ ଅନୁଷ୍ଠାନ ଗଠନରେ ଯୋଗଦାନ କରିଥିବା ସମସ୍ତଙ୍କୁ ମୁଁ କୃତଜ୍ଞତା ଜଣାଉଛି। ମୁଁ ଅନୁଷ୍ଠାନର କିଛି ଅନନ୍ୟ ଆକର୍ଷଣ ଉପରେ ଆଲୋକପାତ କରିବାକୁ ଚାହୁଁଛି। ୨୦୧୫ରେ ମାତ୍ର ୪୯ ଜଣ ଏମବିଏ ଛାତ୍ରଙ୍କୁ ନେଇ ଆରମ୍ଭ ହୋଇଥିବା ଆଇଆଇଏମ୍ ସମ୍ବଲପୁର ଆଜି ଏକ ଗର୍ବିତ ଅନୁଷ୍ଠାନ ଯେଉଁଥିରେ ୩୨୦ ଜଣ ଏମବିଏ ଛାତ୍ରଛାତ୍ରୀ ରହିଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ୭୫% ହେଉଛନ୍ତି ଛାତ୍ରୀ। ଆମେ ଆମର ଇନକ୍ୟୁବେସନ୍ ସେଂଟର ଅଧୀନରେ ୬୦ରୁ ଅଧିକ ଷ୍ଟାର୍ଟଅପ୍ର ବିଶ୍ୱସ୍ତରୀୟ ଭିତିଭୂମି ଏବଂ ପ୍ରକ୍ରିୟା ସୃଷ୍ଟି କରିଛୁ ଏବଂ ଅନ୍ତର୍ଜାତୀୟ ସହଯୋଗକୁ ପ୍ରୋତ୍ସାହିତ କରିଛୁ। ଏକ ପରିବର୍ତନଶୀଳନ ଅନୁଭୂତି ପାଇଁ ଆମେ ଶ୍ରେଣୀଗୃହରେ ଏଆଇ ଉପଯୋଗ ଆରମ୍ଭ କରିଥିବା ବିଷୟରେ ସେ ଘୋଷଣା କରିଛନ୍ତି। ସେ ଭାରତର ଲକ୍ଷ୍ୟକୁ ଆଗକୁ ବଢ଼ାଇବା ପାଇଁ ଫେବ୍ରୁଆରୀରେ ମହିଳା ସଶକ୍ତିକରଣ ଶିଖର ସମ୍ମିଳନୀ ଆୟୋଜନ କରିବାର ଯୋଜନା ବିଷୟରେ ମଧ୍ୟ କହିଥିଲେ। ମ୍ୟାନେଜମେଂଟ ଶିକ୍ଷାକ୍ଷେତ୍ରରେ ଆଇଆଇଏମ୍ ସମ୍ବଲପୁର ବିଶ୍ୱସ୍ତରରେ ଅଗ୍ରଣୀ ଭାବେ ଉଭା ହୋଇଛି। ଚଳିତ ବର୍ଷ ଆଇଆଇଏମ୍ ସମ୍ବଲପୁରରେ ତିନୋଟି ସେଂଟର ଅଫ୍ ଏକ୍ସଲେନ୍ସ ରହିବ ଯାହା ଏକ ବିବିଧ ଏମବିଏ ପ୍ରୋଗ୍ରାମ ତଥା ଅନ୍ତର୍ଜାତୀୟ ମାନ୍ୟତା ଏବଂ ଚଳିତ ବର୍ଷ କ୍ୟାମ୍ପସର ସମ୍ପ୍ରସାରଣ ଦିଗରେ ଏନଇପିର କେନ୍ଦ୍ରୀଭୂତ ପ୍ରୟାସ ସହିତ ସମନ୍ୱିତ ରହିଛି ବୋଲି ସେ କହିଛନ୍ତି। କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଏମସିଏଲର ସିଏମଡି ଉଦୟ କାଓଲେ କହିଛନ୍ତି ଯେ, “ଆଇଆଇଏମ୍ ସମ୍ବଲପୁର ହେଉଛି ସବୁଠାରୁ ଜୀବନ୍ତ ଓ ସବୁଠାରୁ ଚର୍ଚ୍ଚିତ ଆଇଆଇଏମ୍। ଆଇଆଇଏମ୍ ସମ୍ବଲପୁର ସହ ଛାତ୍ରଛାତ୍ରୀମାନେ ଭଲ ହାତରେ ଅଛନ୍ତି। ଆଇଆଇଏମ୍ ସମ୍ବଲପୁର ଏପର୍ଯ୍ୟନ୍ତ ଯାହା କିଛି କରିଛି ସେଥିପାଇଁ ମୁଁ ସେମାନଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅନୁଷ୍ଠାନକୁ ଅଦମ୍ୟ କରିବା ଦିଗରେ ମୁଁ ଡକ୍ଟର ଜୟସ୍ୱାଲଙ୍କୁ ଅଭିନନ୍ଦନ ଜଣାଉଛି। ଏହି ଅଭିଭାଷଣ ମାଧ୍ୟମରେ ମୁଁ ଆଇଆଇଏମ୍ ସମ୍ବଲପୁରର ମହାନ ପ୍ରତିଭାମାନଙ୍କୁ ଦେଶର ସର୍ବବୃହତ କୋଇଲା ଉତ୍ପାଦନକାରୀ ଏମସିଏଲରେ ବ୍ୟବସାୟର ଦିଗ ଦେଖିବାପାଇଁ ଉପଲବ୍ଧ କରାଇଛି। ନେକ୍ସସ୍ ପାୱାରର ସହ ପ୍ରତିଷ୍ଠାତା ତଥା ସିଇଓ ନିଶିତା ବଳିଆରସିଂହ ମୁଖ୍ୟବକ୍ତା ଭାବେ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ପ୍ରୟାସର ନିରନ୍ତରତା ଏବଂ ନିଜ ପ୍ରତି ସଚ୍ଚୋଟ ରହିବା ବିଷୟରେ କହିଥିଲେ। ଆଇବିଏମର ଆସୋସିଏଟ୍ ପାର୍ଟନର ଅନିନ୍ଦ୍ୟା ଘୋଷ ମୁଖ୍ୟବକ୍ତା ଭାବେ ଯୋଗଦେଇ ନିଜର ଶତ ପ୍ରତିଶତ ପ୍ରୟାସ, ଆପଣ ଯାହା କରୁଛନ୍ତି ତାହାକୁ ଭଲ ପାଇବା, ପ୍ରାରମ୍ଭିକ ପର୍ଯ୍ୟାୟରେ ଆର୍ôଥକ ଯୋଜନା ଉପରେ ଗୁରୁତ୍ୱାରୋପ କରିଥିଲେ। ସମ୍ମାନିତ ଅତିଥି ଡ. ଅନୁରାଗ ବାତ୍ରା ଅନ୍ୟମାନଙ୍କୁ ସାହାଯ୍ୟ କରିବା, ସ୍ଥାୟୀତା ଦିଗରେ କାର୍ଯ୍ୟ କରିବା ଏବଂ ଆଶାବାଦୀ ହେବାର ଗୁରୁତ୍ୱ ଉପରେ ଆଲୋକପାତ କରିଥିଲେ।

ପ୍ରତିଷ୍ଠା ଦିବସ ପାଳନ ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପରିକଳ୍ପିତ ଇନୋଭେସନ, ଡିଜାଇନ୍ ଏବଂ ଉଦ୍ୟୋଗ (ଆଇଡିଇ) ବୁଟକ୍ୟାମ୍ପ (ଦ୍ୱିତୀୟ ସଂସ୍କରଣ – ପ୍ରଥମ ପର୍ଯ୍ୟାୟ)ର ଶୁଭାରମ୍ଭ କରାଯାଇଛି। ଶିକ୍ଷା ମନ୍ତ୍ରଣାଳୟ, ଏଆଇସିଟିଇ ଏବଂ ଶିକ୍ଷା ମନ୍ତ୍ରଣାଳୟର ଇନୋଭେସନ୍ ସେଲ୍ (ଏମ୍ଆଇସି)ର ନେତୃତ୍ୱରେ ୨୦୨୪ ସେପ୍େଟମ୍ବର ୨୩ରୁ ୨୭ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପଦକ୍ଷେପର ଉଦ୍ଦେଶ୍ୟ ସମଗ୍ର ଭାରତରେ ଛାତ୍ରଛାତ୍ରୀ ଉଦ୍ଭାବକମାନଙ୍କ ମଧ୍ୟରେ ଉଦ୍ଭାବନ, ଡିଜାଇନ୍ ଏବଂ ଉଦ୍ୟୋଗୀ ଦକ୍ଷତାକୁ ପ୍ରୋତ୍ସାହିତ କରିବା। ସମଗ୍ର ଦେଶର ୯ଟି ପ୍ରତିଷ୍ଠିତ ଅନୁଷ୍ଠାନରେ ଏକାସାଙ୍ଗରେ ବୁଟ୍ କ୍ୟାମ୍ପ ଆୟୋଜନ କରାଯାଇଛି।

ଏହି ବୁଟ୍ କ୍ୟାମ୍ପରେ ଦେଶର ଉଚ୍ଚ ଶିକ୍ଷାନୁଷ୍ଠାନର ୩୦୦୦ରୁ ଅଧିକ ଛାତ୍ର ଉଦ୍ଭାବକ ଓ ଇନୋଭେସନ ଆମ୍ବାସାଡର ନିୟୋଜିତ ଅଛନ୍ତି। ଆଇଆଇଏମ ସମ୍ବଲପୁର ଆଇଡିଇ ବୁଟକ୍ୟାମ୍ପକୁ ନବସୃଜନ, ଉଦ୍ୟୋଗଏବଂ ଅନୁଭୂତିମୂଳକ ଶିକ୍ଷାକୁ ପ୍ରୋତ୍ସାହିତ କରିବା ଉପରେ ଗୁରୁତ୍ୱ ଦେଇ ସକ୍ରିୟ ଭାବରେ ସମର୍ଥନ କରୁଛି ଯାହା ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି। କାର୍ଯ୍ୟଭିତିକ ଗବେଷଣା ଏବଂ ମୂଲ୍ୟବୋଧ ଭିତିକ ଶିକ୍ଷା ପାଇଁ ପ୍ରତିଶ୍ରୁତିବଦ୍ଧ ଏକ ଅଗ୍ରଣୀ ମ୍ୟାନେଜମେଂଟ ଅନୁଷ୍ଠାନ ଭାବରେ ଆଇଆଇଏମ୍ ସମ୍ବଲପୁର ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉଦ୍ୟୋଗୀ ମାନସିକତା ଏବଂ ସୃଜନଶୀଳ ସମସ୍ୟା ସମାଧାନ ଦକ୍ଷତାକୁ ପ୍ରୋତ୍ସାହିତ କରିବା ପାଇଁ ଏକ ମଜବୁତ ପ୍ଲାଟଫର୍ମ ପ୍ରଦାନ କରୁଛି। ଆଇଆଇଏମ୍ ସମ୍ବଲପୁରର ନିର୍ଦେଶକ ମହାଦେବ ଜୟସ୍ୱାଲ କହିଛନ୍ତି, “ଏହି ବୁଟ୍ କ୍ୟାମ୍ପ୍ର ଶୁଭାରମ୍ଭ ସହିତ ଭାରତ ନିଜର ଯୁବପିଢ଼ିଙ୍କ ଉଦ୍ୟୋଗୀ ମନୋଭାବକୁ ପ୍ରୋତ୍ସାହିତ କରିବା ଏବଂ ଏହାର ଉଦ୍ଭାବନ ଇକୋସିଷ୍ଟମକୁ ସୁଦୃଢ଼ କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେବାକୁ ଯାଉଛି।

Exit mobile version