Site icon ଆଜିକାଲି

ନନ୍ଦନବନ ସଫାରୀ ଠାରେ ୧୧ ଠେକୁଆ ମୃତ, ସୁରକ୍ଷା ନେଇ ଉଠିଲା ପ୍ରଶ୍ନ

ବୌଦ୍ଧ: ବୀରନରସିଂହପୁର ନନ୍ଦନବନ ସଫାରୀ ଠାରେ ୧୧ ଠେକୁଆ ମୃତ ଘଟିଛି। ନନ୍ଦନବନର ସୋନ୍ଦର୍ଯ୍ୟ ବୃଦ୍ଧି ପାଇଁ ବାହାରୁ ୧୧ ଟି ଠେକୁଆ ଆଣି ପ୍ରଶାସନ ପକ୍ଷରୁ ସେଠାରେ ରଖାଯାଇଥିଲା । କେଉଁ ପରିସ୍ଥିତିରେ ଠେକୁଆଙ୍କ ମୃତ୍ୟୁ ହୋଇଛି ତାହା କାରଣ ସ୍ପଷ୍ଟ ହୋଇ ପାରିନାହିଁ ।ଘଟଣା ସ୍ଥଳରେ ପହଞ୍ଚିଲେ ଭେଟେନାରି ଟିମ୍ ହେଲେ ବନବିଭାଗ ପହଞ୍ଚି ପାରିନାହିଁ ।

ସୂଚନାଥାଉକି , ଖୋର୍ଦ୍ଧା – ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥ ହରଭଙ୍ଗା ବ୍ଲକର ବୀରନରସିଂହପୁର ଗ୍ରାମ ନିକଟରେ ନିର୍ମାଣଧି ନନ୍ଦନ ବନ ନିକଟରେ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ପାଇଁ ୧୧ଟି ଠେକୁଆ ରଖା ଯାଇଥିଲା । ହେଲେ ସେରୁ କିଛି ଠେକୁଆ ଗୁଡ଼ିକ ବାହାରେ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା । ସେଠାରେ ଥିବା ସମସ୍ତ ଠେକୁଆ ମରିଥିବା ସନ୍ଦେହ କରାଯାଉଛି । ହେଲେ ଠେକୁଆ ଗୁଡ଼ିକର ମୃତ୍ୟୁର କାରଣ ଜଣା ପଡ଼ିନାହିଁ ।

Exit mobile version