Site icon ଆଜିକାଲି

ଓଡିଶା ପରିବାର ସହଯୋଗରେ ଆନ୍ଧ୍ରରେ ଫସିଥିବା ୧୧ ଜଣ ଶ୍ରମିକ ସୁରକ୍ଷିତ ଉଦ୍ଧାର

ଭୁବନେଶ୍ଵର : ଆନ୍ଧ୍ରପ୍ରଦେଶକୁ କାମ କରିବାକୁ ଯାଇ ସେଠାରେ ନିର୍ଯ୍ୟାତିତ ହେଉଥିବା ସୁନ୍ଦରଗଡ ଜିଲ୍ଲାର ୮ ଜଣ ମହିଳାଙ୍କ ସମେତ ୧୧ ଜଣ ଶ୍ରମିକ ସୁରକ୍ଷିତ ଭାବେ ଓଡିଶା ପ୍ରତ୍ୟାବର୍ତ୍ତନ କରିଛନ୍ତି । ଆନ୍ଧ୍ର ପ୍ରଦେଶରେ ଫସି ରହିଥିବା ନେଇ ଖବର ସମ୍ପର୍କରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅବଗତ ହେବା ପରେ ସେମାନଙ୍କୁ ସୁରକ୍ଷିତ ଉଦ୍ଧାରକରି ଓଡିଶା ଫେରାଇ ଆଣିବାକୁ ‘ଓଡିଶା ପରିବାର ନିର୍ଦ୍ଦେଶାଳୟ’କୁ ପରାମର୍ଶ ଦେଇଥିଲେ ।

ବିଭାଗୀୟ ନିର୍ଦ୍ଦେଶକ ଦିଲୀପ ରାଉତରାୟ ଆନ୍ଧ୍ରପ୍ରଦେଶ ସରକାର, ଶ୍ରମ ଓ କର୍ମଚାରୀ, ରାଜ୍ୟବୀମା ବିଭାଗ ସହିତ ସମନ୍ଵୟ ରକ୍ଷାକରି ସେମାନଙ୍କୁ ଓଡିଶା ଫେରାଇ ଆଣିବାର ବ୍ୟବସ୍ଥା କରିଥିଲେ । ଏହାପରେ ସେମାନଙ୍କ ଫେରିବା ନେଇ ସମସ୍ତ ବାଟ ଫିଟିଥିଲା । ଆଜି ୧୧ ଜଣ ଶ୍ରମିକ ଭୁବନେଶ୍ଵର ରେଳଷ୍ଟେସନରେ ପହଞ୍ଚିବାପରେ ଓଡିଶା ପରିବାର ନିର୍ଦ୍ଦେଶାଳୟ ପକ୍ଷରୁ ସ୍ଵତନ୍ତ୍ର କର୍ତ୍ତବ୍ୟରତ ଅଧିକାରୀ ପ୍ରୀତିଶ ପଣ୍ଡା ସେମାନଙ୍କୁ ସ୍ୱାଗତ କରିଥିଲେ । ଓଡିଶା ଫେରିଥିବା ଶ୍ରମିକମାନେ ସେମାନଙ୍କୁ ସୁରକ୍ଷିତ ଭାବେ ଓଡିଶା ଫେରାଇ ଆଣିବାରେ ସମସ୍ତ ସହଯୋଗ ନିମନ୍ତେ ମୁଖ୍ୟମନ୍ତ୍ରୀ, ଓଡିଶା ପରିବାର ନିର୍ଦ୍ଦେଶାଳୟର ନିର୍ଦ୍ଦେଶକ ଓ ତାଙ୍କ ଟିମ ଏବଂ ଶ୍ରମ ଓ କର୍ମଚାରୀ ରାଜ୍ୟବୀମା ବିଭାଗ ଅଧିକାରୀମାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

Exit mobile version