Site icon ଆଜିକାଲି

ଆଜି ୧୨ ଘଣ୍ଟିଆ ବାମନଘାଟି ବନ୍ଦ

ବାରିପଦା : ରାଇରଙ୍ଗପୁରକୁ ଜିଲା ଗଠନ ଦାବିରେ ଆଜି ୧୨ ଘଣ୍ଟିଆ ବାମନଘାଟି ବନ୍ଦ । ରାଇରଙ୍ଗପୁର ଜିଲା କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏହି ବନ୍ଦ ଡାକରା ଦେଇଛି ।ତେବେ ବନ୍ଦର ପ୍ରଭାବ ବିଶେଷ ଭାବରେ ରାଇରଙ୍ଗପୁର ଉପଖଣ୍ଡର ସମସ୍ତ ଅଞ୍ଚଳରେ ଦେଖିବାକୁ ମିଳିଛି। ଏଥିରେ ସମସ୍ତ ରାଜନୈତିକ ଦଳ ସହିତ ବିଭିନ୍ନ ସାମାଜିକ ସଂଗଠନ ମଧ୍ୟ ସାମିଲ ହୋଇଛନ୍ତି।

ରାଇରଙ୍ଗପୁର ମ୍ୟୁନିସିପାଲିଟି ସହ ୭ଟି ବ୍ଳକରେ ବନ୍ଦ ପାଳନ ହୋଉଛି । ସମସ୍ତ ସରକାରୀ ବେସରକାରୀ କାର୍ଯ୍ୟାଳୟ ବନ୍ଦ ଥିବା ବେଳେ ଓ ଗାଡି ଚଳାଚଳ ବନ୍ଦ ରହିଛି । ଆନ୍ଦୋଳନକାରୀ ମାନେ ସକାଳ ୭ଟା ରୁ ପିକେଟିଂ କରି ରେଳଷ୍ଟେସନ ଓ ବସଷ୍ଟାଣ୍ଡ ସହିତ ଉପଖଣ୍ଡର ସମସ୍ତ ଶିକ୍ଷାନୁଷ୍ଠାନ ଓ କାର୍ଯ୍ୟାଳୟକୁ ବନ୍ଦ କରିବାକୁ ଡାକରା ଦେଇଛନ୍ତି।

Exit mobile version