Site icon ଆଜିକାଲି

ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲା ଗଠନ ଦାବିରେ ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ

ଭଞ୍ଜନଗର : ଆଜି ୧୨ ଘଣ୍ଟିଆ ଭଞ୍ଜନଗର ବନ୍ଦ । ଭଞ୍ଜନଗର ଉପଖଣ୍ଡକୁ ଘୁମୁସର ଜିଲା ଗଠନ ଦାବିରେ ଏହି ବନ୍ଦ ଡାକରା ଦିଆଯାଇଛି । ବିଭିନ୍ନ ସଂଗଠନ ଏହି ବନ୍ଦ ପାଳନରେ ସାମିଲ ହୋଇଛନ୍ତି ।

ସୋମବାର ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଭଞ୍ଜନଗର ବନ୍ଦ ପାଳନ ହେବ । ସରକାରୀ କାର୍ଯ୍ୟାନୁଷ୍ଠାନ ସହ ସ୍କୁଲ, କଲେଜ ବନ୍ଦ ରହିଛି । ସକାଳୁ ବିଭିନ୍ନ ସ୍ଥାନରେ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପିକେଟିଂ କରାଯାଉଛି। ଦାବି ଯଦି ପୂରଣ ନହୁଏ, ତେବେ ଆଗାମୀ ଦିନରେ ଏହି ଆନ୍ଦୋଳନକୁ ଜୋରଦାର କରାଯିବ ବୋଲି କମିଟି ଚେତାବନୀ ଦେଇଛି ।

Exit mobile version