Site icon ଆଜିକାଲି

ରାସ୍ତା ଦୂରାବସ୍ଥା ନେଇ ଆଜି ୧୨ ଘଣ୍ଟିଆ ବୀରମିତ୍ରପୁର ବନ୍ଦ

ରାଉରକେଲା : ଆଜି ବୀରମିତ୍ରପୁରରେ ୧୨ଘଂଟିଆ ବନ୍ଦ । ୧୪୩ ନମ୍ବର ଜାତୀୟ ରାଜପଥ ଅବରୋଧ । ରାସ୍ତା ଦୂରାବସ୍ଥା ନେଇ ଏହି ବନ୍ଦ ଡାକରା ଦେଇଛି ବୀରମିତ୍ରପୁର ବିକାଶ ମଂଚ । ବୀରମିତ୍ରପୁର ପୁର୍ବରୁ ୩ କିଲୋମିଟର ଝାଡ଼ଖଣ୍ଡ ସୀମା ପର୍ଯ୍ୟନ୍ତ ଖାଲ ଖମାରେ ଭର୍ତ୍ତି ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଛୋଟବଡ଼ଦୁର୍ଘଟଣା ମନ ଘଟିବା ସହ ଜୀବନ ମଧ୍ୟ ଯାଉଛି । ତଥାପି ଜିଲା ପ୍ରଶାସନ ନିରବଦଷ୍ଟା ସାଜିଛି । ଶେଷରେ ବାଧ୍ୟ ହୋଇ ବୀରମିତ୍ରପୁର ବିକାଶ ମଂଚ ପୁଣି ବନ୍ଦ ଡାକରା ଦେଇଥିଲା।

କେବଳ ଜରୁରୀ ସେବାକୁ ବାଦ ଦେଇ ଦୋକାନ ବଜାର ବନ୍ଦ, ସରକାରୀ ବେସରକାରୀ ଅନୁଷ୍ଠାନ ପ୍ରତିଷ୍ଠା ଶିକ୍ଷା ଅନୁଷ୍ଠାନ ବନ୍ଦ ସହ ଗାଡି ସଂପୂର୍ଣ୍ଣ ଚଳାଚଳ ଠପ୍ ରହିଛି । ରାଉରକେଲାରୁ ଝାଡ଼ଖଣ୍ଡ ଭାୟା ବୀରମିତ୍ରପୁର ଚଳାଚଳ ଠପ୍ ହୋଇଛି । ରାସ୍ତା କଡରେ ଛିଡା ହୋଇ ରହିଛି ଶହ ଶହ ଟ୍ରକ୍ । ବିକାଶ ମଂଚର ଦାବି ଟେଣ୍ଡର ହୋଇଛି କି କାହିଁକି ହେଉନାହିଁ ଜାତୀୟ ରାଜପଥ ତିଆରି ହେଉନାହିଁ । ଯଦି ଏହି ବନ୍ଦ ଡାକରାକୁ ଭୁକ୍ଷେପ ନକରି ଅଗାମୀ ଦିନରେ ଅନିଦ୍ଧିଷ୍ଟ କାଳ ପାଇଁ ରାସ୍ତା କରାଯିବ ଅବରୋଧ କରାଯିବ ବୋଲି କଡା ଚେତାବନୀ ଦେଇଛି ବୀରମିତ୍ରପୁର ବିକାଶ ମଂଚ ।

Exit mobile version